ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ, ପରୀକ୍ଷା ଏବଂ ମୂଲ୍ୟାୟନ ଘୁଞ୍ଚାଇବାକୁ ନିର୍ଦ୍ଦେଶ

Advertisment
ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ, ପରୀକ୍ଷା ଏବଂ ମୂଲ୍ୟାୟନ ଘୁଞ୍ଚାଇବାକୁ ନିର୍ଦ୍ଦେଶ

Elets Technomedia

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ପରିପ୍ରେକ୍ଷୀରେ ସମସ୍ତ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଓ ଖାତା ମୂଲ୍ୟାୟନ ଘୁଂଚାଇବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୋଭେଲ କରେନା ଭୂତାଣୁ (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ପକ୍ଷରୁ ବିଭିନ୍ନ ସମୟରେ ମଞ୍ଜୁରିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁହାଯାଇଛି:

ସମସ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଂଚାଇ ୩୧ ମାର୍ଚ୍ଚ, ୨୦୨୦ ପରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପରୀକ୍ଷା ଖାତା ମୂଲ୍ୟାୟନ ମଧ୍ୟ ୩୧ ମାର୍ଚ୍ଚ ପରେ କରିବାକୁ ପରାମର୍ଶ ଦିଆଯାଇଛି।

ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ବୈଦ୍ୟୁତିକ ମାଧ୍ୟମ ଜରିଆରେ ଯୋଗାଯୋଗ ରଖିବା ସହିତ ସେମାନଙ୍କୁ ସମସ୍ତ ବିଷୟରେ ନିୟମିତ ସୂଚନା ଦେବେ। ଫଳରେ ସେମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ ।

ଛାତ୍ରଛାତ୍ରୀଙ୍କ ସନ୍ଦେହର ସମାଧାନ ଲାଗି ହେଲ୍ପ ଲାଇନ ନମ୍ବର, ଇ-ମେଲ ବ୍ୟବସ୍ଥା କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି।

କୋଭିଡ-୧୯ ମୁକାବିଲା ଲାଗି ଭୟଭୀତ ନହୋଇ ଦୃଢ଼ତା ରଖିବା ଲାଗି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନଙ୍କୁ ପରାମର୍ଶ ଦେବା ଲାଗି ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ୟୁଜିସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe