ଅବକାରୀ ନୀତି ମାମଲା: କେଜ୍ରିୱାଲଙ୍କୁ ଅଷ୍ଟମ ସମନ ପଠାଇଲା ଇଡି

ଏପର୍ଯ୍ୟନ୍ତ ହୋଇ ନାହାନ୍ତି ଥରେ ବି ହାଜର

ଅବକାରୀ ନୀତି ମାମଲା: କେଜ୍ରିୱାଲଙ୍କୁ ଅଷ୍ଟମ ସମନ ପଠାଇଲା ଇଡି

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ଅଷ୍ଟମ ଥର ପାଇଁ ସମନ ଜାରି କରାଯାଇଛି। ଏହା ପୂର୍ବରୁ ପଠାଇଥିବା ସମସ୍ତ ୭ଟି ସମନରେ କେଜରିୱାଲ ବିଭିନ୍ନ କାରଣ ଦର୍ଶାଇ ଇଡି ସମ୍ମୁଖରେ ହାଜର ହୋଇ ନାହାନ୍ତି। ‌ତେବେ ଅଷ୍ଟମ ସମନ କେଜରିୱାଲଙ୍କ ସମସ୍ୟା ବୃଦ୍‌ଧି କରିପାରେ ବୋଲି କୁହାଯାଉଛି।

‌ତେବେ କେଜ୍ରିୱାଲ କହିଛନ୍ତି ଯବି ଅଦାଲତ କହିବେ ତେବେ ମୁଁ ଇଡି ସମ୍ମୁଖରେ ହାଜର ହେବି।
ଇଡି ଏନେଇ ଅଦାଲତଙ୍କ ସାହାର୍ଯ୍ୟ ନେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧୬ ମାର୍ଚ୍ଚରେ ହାଜର ହେବାକୁ ଅଦାଲତ କହିଛନ୍ତି।

ଇଡି କହିଛି କେଜ୍ରିୱାଲ ଗତ ୭ଥର ସମନରେ ଊଲ୍ଲେଖ କରିଥିବା ଯୁକ୍ତି ନିରାଧାର। କାରଣ ମାମଲା ସ୍ଥାନୀୟ ଅଦାଲତରେ ବିଚାର ଧୀନ ରହିଛି।

ସୂଚନାଯୋଗ୍ୟ, ୨୦୨୧-୨୨ ଅବକାରୀ ନୀତିରେ ମଦ୍ୟ ବ୍ୟବସାୟୀଙ୍କ ପାଇଁ ଲାଇସେନ୍ସ ଜାରି କରାଯାଇଥିଲା। ଏଥିରେ ଲାଞ୍ଚ କାରବାର କରାଯାଇ କେତେକ ନିର୍ଦ୍ଧିଷ୍ଟ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ତେବେ ଆମ ଆଦମୀ ପାର୍ଟି ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକସେନା ଏଥିରେ ଦୁର୍ନୀତି ହୋଇଥିବା ଦର୍ଶାଇ ଏହି ଅବକାରୀ ନୀତିକୁ ରଦ୍ଦ କରିଦେଇଥିଲେ। ଏହା ସହିତ ସିବିଆଇ ଯାଞ୍ଚ୍ ପାଇଁ ସୁପାରିଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe