ୟୁପିଏସ୍‌ସିରେ ଉଦାହରଣୀୟ ସଫଳତା: ଋଣ ଶୁଝିନପାରି ବାପା ଆତ୍ମହତ୍ୟା କରିଥିଲେ

Advertisment
ୟୁପିଏସ୍‌ସିରେ ଉଦାହରଣୀୟ ସଫଳତା: ଋଣ ଶୁଝିନପାରି ବାପା ଆତ୍ମହତ୍ୟା କରିଥିଲେ

ନୂଆଦିଲ୍ଲୀ : ଅରୁଣା ଏମ୍‌ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶେଷ ଚେଷ୍ଟାରେ ସେ ସଫଳ ହୋଇଥିଲେ ମଧ୍ୟ ତାଙ୍କ ପାଠପଢ଼ା ପଛରେ ଯନ୍ତ୍ରଣାଦାୟକ ଘଟଣାଟି ରହିଛି। ଅରୁଣାଙ୍କର ୪ ଭାଇଭଉଣୀ ଥିଲେ। ସେମାନଙ୍କ ଶିକ୍ଷା ଲାଗି ବାପା ଋଣ କରିଥିଲେ। କିନ୍ତୁ ଋଣ ଶୁଝି ନପାରିବାରୁ ବାପା ୨୦୦୯ରେ ଆତ୍ମହତ୍ୟା କରିଥିଲେ। ଏହା ଅରୁଣାଙ୍କୁ ବ୍ୟଥିତ କରିଥିଲା। ସିଭିଲ୍‌ ସର୍ଭିସ୍‌ ଅରୁଣାଙ୍କର ପ୍ରଥମ ଲକ୍ଷ୍ୟ ନଥିଲେ ମଧ୍ୟ ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେ ଏହି ପରୀକ୍ଷା ଦେଇଥିଲେ। ୫ ଥର ପରୀକ୍ଷା ଦେବାପରେ ଶେଷ ଚେଷ୍ଟାରେ ସଫଳ ହୋଇଥିଲେ।

ପ୍ରଥମେ ସେ ଇଂଜିନିୟରିଂ ଡିଗ୍ରି ହାସଲ କରି ଏକ ଘରୋଇ ସଂସ୍ଥାରେ ଚାକିରି ଚାହିଥିଲେ। କିନ୍ତୁ ବାପାଙ୍କ ଇଚ୍ଛା ଥିଲା ଝିଅମାନେ ୟୁପିଏସ୍‌ସି ପରୀକ୍ଷା ଦିଅନ୍ତୁ। ତେଣୁ ବାପାଙ୍କ ସ୍ବପ୍ନ ସାକାର କରିବାପାଇଁ ଅରୁଣା ତାଙ୍କ ଯୋଜନା ବଦଳାଇଦେଲେ। ଅରୁଣା ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କଲେ। ୨୦୧୪ରେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏବଂ ୫ ଥର ୟୁପିଏସ୍‌ସି ପରୀକ୍ଷାରେ ବସିଥିଲେ। କିନ୍ତୁ ୫ ଥର ବିଫଳ ହେବାପରେ ଶେଷ ଚେଷ୍ଟାରେ ଅରୁଣା ସଫଳ ହୋଇଛନ୍ତି।

ଅରୁଣା ବେଙ୍ଗାଲୁରୁରେ ତାଙ୍କ ନିଜର ୟୁପିଏସ୍‌ସି କୋଚିଂ ସେଣ୍ଟର୍‌ ‘ଅରୁଣା ଏକାଡେମି’ ‌ଖୋଲିଛନ୍ତି। ଏହାଦ୍ବାରା ଗ୍ରାମୀଣ ଯୁବପିଢ଼ିଙ୍କୁ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଉତ୍ସାହିତ କରୁଛନ୍ତି। କହିଛନ୍ତି, ସେ ୟୁପିଏସ୍‌ସି ପାଇବା ସହ ତାଙ୍କ ବାପାଙ୍କ ସ୍ବପ୍ନ ସାକାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe