Inkhabar
ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ୫୪୨ ଲୋକସଭା ଆସନ ପାଇଁ ଏକଜିଟ୍ ପୋଲ ପ୍ରକାଶିତ ହୋଇଛି। ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ସିଭୋଟର ଏକଜିଟ୍ ପୋଲ ଏନ୍ଡିଏକୁ ୨୮୭, ୟୁପିଏକୁ ୧୨୮ ଓ ଅନ୍ୟାନ୍ୟକୁ ୧୨୭ଟି ଆସନ ଦେଇଛି।
ସେହିପରି ଟାଇମସ୍ ନାଓ ଓ ବିଏମ୍ଆରର ସଂସ୍ଥା ଦ୍ୱାରା ମିଳିତ ଭାବେ ହୋଇଥିବା ଏକଜିଟ୍ ପେଲ୍ରେ ଏନ୍ଡିଏକୁ ୩୦୬, ୟୁପିଏକୁ ୧୩୨ ଓ ଅନ୍ୟାନ୍ୟକୁ ୧୦୪ ଆସନ ଦିଆଯାଇଛି। ଅନ୍ୟ ଗୋଟେ ସଂସ୍ଥା ଜନକି ବାତ୍ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ସର୍ଭେରେ ଏନ୍ଡିଏକୁ ୩୦୫, ୟୁପିଏକୁ ୧୨୪ ଓ ଅନ୍ୟାନ୍ୟକୁ ୧୧୩ଟି ଆସନ ଦିଆଯାଇଛି।
ଏକଜିଟ୍ ପୋଲ କରିଥିବା ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଏକଜିଟ୍ ପୋଲକୁ ଅପେକ୍ଷା କରାଯାଇଛି।
Follow Us