Prashant Kishore Photograph: (File)
ପାଟନା: ପ୍ରଶାନ୍ତ କିଶୋର ବିହାର ବିଧାନସଭା ନିର୍ବାଚନ ମାଧ୍ୟମରେ ନିର୍ବାଚନୀ ରାଜନୀତିରେ ପହିଲି ପାଦ ଥାପିଥିବା ବେଳେ ସେ ଲୋକଙ୍କର ସେମିତି କିଛି ଧ୍ୟାନ ଆକର୍ଷଣ କରିପାରି ନ ଥିବା ଜଣାପଡିଛି। କାରଣ ଏକଜିଟ୍ ପୋଲ୍ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନ୍ଡିଏ) ସ୍ପଷ୍ଟ ବହୁମତରେ ଜିତିବ ବୋଲି ପୂର୍ବାନୁମାନ କରିଛି। ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ମହାମେଣ୍ଟ ବିରୋଧୀ ଦଳରେ ବସିବାକୁ ଥିବା ଏହି ଆକଳନରୁ ଜଣାପଡ଼ିଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଶୂନରୁ ୫ ଆସନ ଜିତିପାରେ ବୋଲି କୁହାଯାଇଛି।
ବିହାର ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର କହିଥିଲେ ଯେ, ତାଙ୍କ ଦଳ ହୁଏତ ଶୀର୍ଷରେ ରହିବ ନ ହେଲେ ଚଟାଣରେ ରହିବ ଏବଂ ଏଥିପାଇଁ କୌଣସି ମଧ୍ୟମ ରାସ୍ତା ରହିବ ନାହିଁ। ଏବେ ଏକଜିଟ୍ ପୋଲ୍ ତାଙ୍କ ଦ୍ବିତୀୟ ଉକ୍ତି ସତ ହେବ ବୋଲି ସୂଚନା ଦେଉଛି। ପ୍ରମୁଖ ସର୍ଭେକାରୀଙ୍କ ଅନୁଯାୟୀ, ୨୪୩ ସଦସ୍ୟ ବିଶିଷ୍ଟ ଗୃହରେ ଏନ୍ଡିଏ ୧୨୨ର ଅଧାରେଖା ଅତିକ୍ରମ କରିବ ଓ ପ୍ରାୟ ୧୪୭ ଆସନ ଜିତବ। ଆର୍ଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ (ଏମ୍ଜିବି) ପ୍ରାୟ ୭୦-୧୦୮ ଆସନ ପାଇପାରେ, ଯେତେବେଳେ କି କିଶୋରଙ୍କ ଜନ ସୁରାଜ ପାର୍ଟି (ଜେଏସ୍ପି) ପ୍ରଚାରରେ ବ୍ୟାପକ ଉପସ୍ଥିତି ସତ୍ତ୍ୱେ ୦-୫ ଆସନରେ ସୀମିତ ରହିବ। ଅନ୍ୟ ଛୋଟ ଛୋଟ ଦଳ ଓ ସ୍ୱାଧୀନ ଏକତ୍ର ୮ଟି ପର୍ଯ୍ୟନ୍ତ ଆସନ ପାଇପାରନ୍ତି। ତଥାପି ଗତ ନିର୍ବାଚନରୁ ଜଣାପଡିଛି ଯେ ଏହି ପୂର୍ବାନୁମାନ ସର୍ବଦା ଠିକ୍ ନୁହେଁ ଏବଂ ପ୍ରକୃତ ଫଳାଫଳ ନଭେମ୍ବର ୧୪ରେ ଘୋଷିତ ହେବ। ସାରା ରାଜ୍ୟରେ ତିନି ବର୍ଷର ପଦଯାତ୍ରା ପରେ ମାତ୍ର ଏକ ବର୍ଷ ପୂର୍ବେ ଜନ ସୁରାଜ ପ୍ରତିଷ୍ଠା କରିଥିବା ପ୍ରଶାନ୍ତ କିଶୋରଙ୍କ ପାଇଁ ୨୦୨୫ ନିର୍ବାଚନ ଏକ ଡେବ୍ୟୁଠାରୁ ଅଧିକ ଥିଲା। ଏହା ଏକ ପରୀକ୍ଷା ଥିଲା ଯେ ତାଙ୍କର ସ୍ୱଚ୍ଛ, ପ୍ରସଙ୍ଗଭିତ୍ତିକ ରାଜନୀତିର ବାର୍ତ୍ତା ବିହାରରେ ଆକର୍ଷଣ ସୃଷ୍ଟି କରିବ କି ନାହିଁ।
Follow Us