ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ : ବିହାରରେ ମହାମେଣ୍ଟ ; ୟୁପି, ଏମପି ଓ ଗୁଜୁରାଟ ଉପ-ନିର୍ବାଚନରେ ଆଗୁଆ ରହିବ ବିଜେପି

ଜମିଲାଣି ପ୍ରଚାର: ସବୁ ଦଳରେ ଫାଟ, ସ୍ବାଧୀନ ପ୍ରାର୍ଥୀଙ୍କ ଦବ୍‌ଦବା ହ୍ରାସ ପାଇଁ କସରତ

Representational image

ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ମିଳିଥିବା ସୂଚନା ଅନୁସାରେ ୩ୟ ପର୍ଯ୍ୟାୟରେ ୫୪ ପ୍ରତିଶତ ମତଦାନ ହୋଇଛି । ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ ସର୍ଭେ ପ୍ରକାଶ ପାଇଛି । ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ  ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତୃତ୍ବାଧୀନ ମହାମେଣ୍ଟ ବିହାରରେ ସରକାର ଗଢିବାର ସମ୍ଭାବନା ରହିଛି ।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ ଅନୁସାରେ ଏନଡିଏ ୮୦ଟି ଓ ମହାମେଣ୍ଟ ୧୫୦ଟି ଆସନ ପାଇବ ।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଉପନିର୍ବାଚନ ହୋଇଥିବା ୨୮ଟି ଆସନ ମଧ୍ୟରୁ ବିଜେପି ୧୬ରୁ ୧୮ଟି ଆସନ ଜିତିପାରେ । ସେହିପରି କଂଗ୍ରେସ ୧୦ରୁ ୧୨ଟି ଆସନ ଜିତିବାର ସମ୍ଭାବନା ରହିଛି ।  ଉତ୍ତରପ୍ରଦେଶରେ ହୋଇଥିବା ଉପନିର୍ବାଚନରେ ବିଜେପି ୫ରୁ ୬ଟି ଆସନ ଜିତିବ । ଗୁଜୁରାଟରେ ୮ଟି ଆସନରେ ଉପନିର୍ବାଚନ ହୋଇଥିବାବେଳେ ସେଥିରୁ ବିଜେପି ୬-୭ଟି ଓ କଂଗ୍ରେସ ୦-୧ଟି ଆସନ ଜିତିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe