ଆଶା ବଢ଼ାଇଲା କୋଭିଡ୍‌ ଟିକା ପରୀକ୍ଷଣର ସଫଳତା

Advertisment

ଆଷ୍ଟ୍ରା ଜେନେକା ୧୦ କୋଟି ମାତ୍ରା ପ୍ରସ୍ତୁତ କରିବ

ଆଷ୍ଟ୍ରା ଜେନେକା ୧୦ କୋଟି ମାତ୍ରା ପ୍ରସ୍ତୁତ କରିବ

କେବଳ କେନ୍ଦ୍ର ସରକାର ସଂଗ୍ରହ କରିବେ କୋଭିଡ୍‌ ଟିକା

The Logical Indian

ଚିକାଗୋ : ମହାମାରୀ କୋଭିଡ୍‌ ପାଇଁ ବିକଶିତ ଶତାଧିକ ଟିକା ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କିଛି ଟିକାର ନୈଦାନିକ ପରୀକ୍ଷଣର ଆଶାତୀତ ସଫଳତା ହିଁ ଉକ୍ତ ମହାମାରୀର ନିରାକରଣ ପାଇଁ ଏକ ପ୍ରଯୁଜ୍ୟ ଟିକା ଖୁବ୍‌ଶୀଘ୍ର ମିଳିପାରବାର ଆଶାକୁ ଦୃଢ଼ କରିପାରିଛି। ପୂର୍ବରୁ ଆମେରିକୀୟ କମ୍ପାନି ମଡର୍ଣ୍ଣା ହିଁ ପ୍ରଥମେ ମାତ୍ର ୪୨ ଦିନରେ ଏହାର ଏମ୍‌ଆର୍‌ଏନ୍‌ଏ-୧୨୭୩ ନାମକ ଟିକା ପ୍ରସ୍ତୁତ କରି ନୈଦାନିକ ପରୀକ୍ଷଣ ପାଇଁ ପଠାଇଥିଲା। ଏହା ହିଁ ପଶୁଙ୍କ ଠାରେ ପ୍ରାକ୍ ନୈଦାନିକ ପରୀକ୍ଷଣ ଓ ମାନବିକ ପରୀକ୍ଷଣ ପାଇଁ ଉପଲବ୍ଧ ପ୍ରଥମ ଟିକାର ମାନ୍ୟତା ରଖିଛି।

ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ୧୮ରୁ ୫୫ ବର୍ଷ ବୟସର ୪୫ ଜଣ ସୁସ୍ଥ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ତାହାର ଆଶାନୁରୂପ ଫଳାଫଳ ଭିତ୍ତିରେ ଜୁଲାଇ ଶେଷ ବେଳକୁ ଆରମ୍ଭ ହେଉଥିବା ଚୂଡ଼ାନ୍ତ ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ୩୦ ହଜାର ସ୍ବେଚ୍ଛାସେବୀ ସାମିଲ ହେବାକୁ ଧାର୍ଯ୍ୟଲକ୍ଷ୍ୟ ରଖାଯାଇଛି। ସେହିପରି ଅକ୍ସଫୋର୍ଡ ଗବେଷକମାନଙ୍କ ଦ୍ବାରା ବିକଶିତ ଏଜେଡ୍‌ଡି୧୨୨୨(ପୂର୍ବରୁ ସିଏଚ୍‌ଏଡିଓଏକ୍ସ୧ ନାମରେ ପରିଚିତ) ନାମକ ଟିକାର ମାନବ ଶରୀରରେ ପ୍ରାରମ୍ଭିକ ନୈଦାନିକ ପରୀକ୍ଷଣରେ ସାମିଲ ହୋଇଥିବା ୧,୦୭୭ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ରୋଗପ୍ରତିରୋଧ ଶକ୍ତିର ସକାରାତ୍ମକ ପ୍ରତିକ୍ରିୟା ଦେଖାଦେବା ସହ ଶରୀରରେ କରୋନାଭୂତାଣୁକୁ ମାରିବା ପାଇଁ ଆବଶ୍ୟକ ଟି-କୋଷିକା ସୃଷ୍ଟି କରିବାରେ ମଧ୍ୟ ସକ୍ଷମ ହୋଇଥିବା ଜଣାଯାଇଛି। ସୁତରାଂ ଏପରି ଦୋହରା ଭୂତାଣୁବିରୋଧୀ ଶକ୍ତି ସୃଷ୍ଟି କରି ପାରୁଥିବା ଉକ୍ତ ଟିକା ମହାମାରୀ କୋଭିଡ୍‌-୧୯ ପାଇଁ ପ୍ରକୃଷ୍ଟ ନିଦାନ ବୋଲି ଗବେଷକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଫଳସ୍ବରୂପ ଏହାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବା ଲାଗି ୟୁକେ ମଧ୍ୟ ଏହାର ପ୍ରସ୍ତୁତକର୍ତ୍ତା ଆଷ୍ଟ୍ରା ଜେନେକାକୁ ବରାଦ କରିଥିବା ଜଣାଯାଇଛି।

ଅପରପକ୍ଷେ, ଚୀନ୍‌ ପ୍ରତିରକ୍ଷା ବିଭାଗ ଓ ଭେଷଜ କମ୍ପାନୀ କ୍ୟାନ୍‌ସିନୋବାୟୋଲଜିକ୍ସ ଦ୍ବାରା ବିକଶିତ ଏକ ଟିକାର ମଧ୍ୟ ନୌଦାନିକ ପରୀକ୍ଷଣର ଚୂଡ଼ାନ୍ତ ପର୍ଯ୍ୟାୟରୁ ଅନୁରୂପ ଫଳାଫଳ ମିଳିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe