ଶ୍ରୀଲଙ୍କୀୟ ତାମିଲମାନଙ୍କ ସହ ବୁଝାମଣା ତ୍ୱରାନ୍ଵିତ କରିବାକୁ ରାଜପକ୍ଷେଙ୍କୁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ଶ୍ରୀଲଙ୍କୀୟ ତାମିଲମାନଙ୍କ ସହ ବୁଝାମଣା ତ୍ୱରାନ୍ଵିତ କରିବାକୁ ରାଜପକ୍ଷେଙ୍କୁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Image Source: The Times of India

ନୂଆଦିଲ୍ଲୀ: କ୍ଷମତାସୀନ ହେବା ପରେ ପ୍ରଥମ ବିଦେଶଗସ୍ତ କାର୍ଯ୍ୟକ୍ରମରେ ଭାରତକୁ ଆସିଥିବା ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ସହ ତାମିଲ ସମସ୍ୟା ବିଷୟରେ ହୃଦୟଖୋଲା କଥାବାର୍ତ୍ତା କରିଛନ୍ତି ବୋଲି ଶନିବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଏହାଛଡ଼ା ନିରାପତ୍ତା, ଆତଙ୍କବାଦ ମୁକାବିଲା ଆଦି ପ୍ରସଙ୍ଗ ମଧ୍ୟ ଭାରତ ଓ ଶ୍ରୀଲଙ୍କା ଦ୍ୱିପାକ୍ଷିକ ଆଲୋଚନାର ମୁଖ୍ୟ ବିଷୟ ଥିଲା।

ଶ୍ରୀଲଙ୍କାର ଉତ୍ତର ଏବଂ ଉତ୍ତରପୂର୍ବରେ ବସବାସ କରୁଥିବା ତାମିଲ ସମ୍ପ୍ରଦାୟଙ୍କ ସହ ଆଲୋଚନା କରି ସେମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଫେରାଇଆଣିବା କାମ ତ୍ୱରାନ୍ଵିତ କରିବା ବିଷୟରେ ଭାରତ ଅଧିକ ଗୁରୁତ୍ୱାରୋପ କରିଛି। ସେ ସମ୍ପ୍ରଦାୟଙ୍କ ଉତ୍ପତ୍ତି ତାମିଲନାଡୁର ମୂଳବାସିନ୍ଦାଙ୍କ ଠାରୁ ହୋଇଛି। ତେଣୁ ସେମାନଙ୍କର ମଙ୍ଗଳ ଲାଗି ରାଜପକ୍ଷେ ଦୃଷ୍ଟି ଦିଅନ୍ତୁ ବୋଲି ଭାରତ କହିଛି।

publive-image Image Source: The Tribune

ଏକ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋର ଦୃଢ଼ ବିଶ୍ୱାସ, ସଂଯୁକ୍ତ ଶ୍ରୀଲଙ୍କା ମଧ୍ୟରେ ସମାନତା, ନ୍ୟାୟ, ଶାନ୍ତି ଓ ସମ୍ମାନ ନିମନ୍ତେ ତାମିଲ ଜନତାଙ୍କ ଆକାଙ୍‌କ୍ଷାକୁ ଶ୍ରୀଲଙ୍କା ସରକାର ହୃଦୟଙ୍ଗମ କରିବେ। ଏ ସଂକ୍ରାନ୍ତରେ ତ୍ୱରିତ ବିଚାରବିମର୍ଶ କରି ଶ୍ରୀଲଙ୍କା ସମ୍ବିଧାନର ତ୍ରୟୋଦଶ ସଂଶୋଧନରେ ତାହା ପ୍ରଣୟନ କରାଯିବା ଉଚିତ।

ଉପରୋକ୍ତ ପ୍ରସଙ୍ଗ ବ୍ୟତୀତ ଉଭୟ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe