ପଶ୍ଚିମବଙ୍ଗ ସରକାରଙ୍କୁ ଦାୟୀ କଲେ ବହିଷ୍କୃତ ଶିକ୍ଷକ: ‘ସବୁ କିଛି ଶେଷ ହୋଇଯିବ’

Advertisment

ପଶ୍ଚିମବଙ୍ଗରେ ୨୫,୦୦୦ରୁ ଅଧିକ ଶିକ୍ଷକ ଓ ଅନ୍ୟାନ୍ୟ ସ୍କୁଲ କର୍ମଚାରୀଙ୍କ ନିଯୁକ୍ତିକୁ ରଦ୍ଦ କରିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଶାସକ ତୃଣମୂଳ କଂଗ୍ରେସ ସହ ବିରୋଧୀ ବିଜେପି ଓ ସିପିଏମ୍ ମୁହାଁମୁହିଁ ହୋଇଛନ୍ତି।

ପଶ୍ଚିମବଙ୍ଗରେ ୨୫,୦୦୦ରୁ ଅଧିକ ଶିକ୍ଷକ ଓ ଅନ୍ୟାନ୍ୟ ସ୍କୁଲ କର୍ମଚାରୀଙ୍କ ନିଯୁକ୍ତିକୁ ରଦ୍ଦ କରିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଶାସକ ତୃଣମୂଳ କଂଗ୍ରେସ ସହ ବିରୋଧୀ ବିଜେପି ଓ ସିପିଏମ୍ ମୁହାଁମୁହିଁ ହୋଇଛନ୍ତି।

fssfsfxc

କୋଲକାତା: ପଶ୍ଚିମବଙ୍ଗରେ ୨୫,୦୦୦ରୁ ଅଧିକ ଶିକ୍ଷକ ଓ ଅନ୍ୟାନ୍ୟ ସ୍କୁଲ କର୍ମଚାରୀଙ୍କ ନିଯୁକ୍ତିକୁ ରଦ୍ଦ କରିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଶାସକ ତୃଣମୂଳ କଂଗ୍ରେସ ସହ ବିରୋଧୀ ବିଜେପି ଓ ସିପିଏମ୍ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ୨୫,୭୫୩ ବହିଷ୍କୃତ କର୍ମଚାରୀ ଏବେ କିପରି ବିଲ୍ ପୈଠ କରିବେ ଓ   ପରିବାର ଚଳାଇବେ ସେ ନେଇ ଚିନ୍ତାରେ ଅଛନ୍ତି। ତାଙ୍କର ଏହି ଦୁର୍ଦ୍ଦଶା ପାଇଁ ସେମାନେ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଅଦାଲତ କହିଛନ୍ତି ଯେ ଯେଉଁ ଦାଗୀ ପ୍ରାର୍ଥୀଙ୍କ ନାମ ତଦନ୍ତ ସମୟରେ ସାମ୍ନାକୁ ଆସି ନଥିଲା, ସେମାନଙ୍କୁ ଗତ ୮ ବର୍ଷ ମଧ୍ୟରେ ମିଳିଥିବା ଦରମା ଫେରସ୍ତ କରିବାକୁ ପଡ଼ିବ ନାହିଁ, କିନ୍ତୁ ସେମାନ  ଚାକିରି ରହିବ ନାହିଁ। ତିନି ମାସ ମଧ୍ୟରେ ଚୟନ ପ୍ରକ୍ରିୟାର ପୁନରାବୃତ୍ତି କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ନିଯୁକ୍ତି ବାତିଲ ହୋଇଥିବା କେତେକ ଶିକ୍ଷକଙ୍କ ସହ ଗଣମାଧ୍ୟମ ପ୍ରତିନିଧି କଥା ହୋଇଥିଲେ।

ସେମାନେ ଇଏମ୍‌ଆଇ ବୋଝ, ଅସୁସ୍ଥ ପିତାମାତା, ସ୍କୁଲ ଯାଉଥିବା ପିଲାଙ୍କ ଖର୍ଚ୍ଚ ଆଦିକୁ ନେଇ ଚିନ୍ତା ପ୍ରକଟ କରିବା ସହ ସୁପ୍ରିମ୍‌କୋର୍ଟଙ୍କ ରାୟ କିପରି ସେମାନଙ୍କ ଦୁନିଆକୁ ଓଲଟପାଲଟ କରିଦେଇଛି ସେ ବିଷୟରେ କହିଥିଲେ। ପ୍ରତାପ ରାୟଚୌଧୁରୀ ଗତକାଲି ପର୍ଯ୍ୟନ୍ତ କୋଲକାତା ନିକଟସ୍ଥ ଦକ୍ଷିଣ ୨୪ ପ୍ରଗଣାର ଏକ ସ୍କୁଲରେ ଶିକ୍ଷକତା କରୁଥିଲେ। ତାଙ୍କର ଗୃହ ଋଣ, ଇଏମ୍‌ଆଇ ଅଛି ଏବଂ ଅନେକ ଲୋକ ତାଙ୍କ ଉପରେ ନିର୍ଭରଶୀଳ। ତାଙ୍କ ପାଇଁ ଏବେ ‘ସବୁ କିଛି ଶେଷ ହୋଇଯିବ’ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କଠାରୁ କୌଣସି ସହାୟତା ଆଶା କରୁଛନ୍ତି କି ବୋଲି ପଚରାଯିବାରୁ  ରାୟଚୌଧୁରୀ କହିଥିଲେ, ରାଜ୍ୟ ସରକାର ଏହି ଦୁର୍ନୀତି ଘଟାଇଛନ୍ତି। ଆମେ ସେମାନଙ୍କଠାରୁ କ’ଣ ଆଶା କରିପାରିବା? ଅମିତ ରଞ୍ଜନ ଭୂୟାଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଦାର୍ଥବିଜ୍ଞାନ ପଢ଼ାଉଥିଲେ। ତାଙ୍କ ପାଖରେ ଆଉ ଚାକିରି ନାହିଁ। ଏହି ରାୟ ଆମ ଜୀବନକୁ ନଷ୍ଟ କରିଦେଇଛି। ମୋର ଏକ ୯ ବର୍ଷର ଝିଅ, ପତ୍ନୀ ଓ ମା’ ଅଛନ୍ତି। ଇଏମ୍‌ଆଇ ଅଛି। ଏବେ ଦରବୁଢ଼ା ବୟସରେ ଆମେ କିପରି ନୂଆ ଚାକିରି ଖୋଜିବୁ। ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କ ଯୋଗୁ ଏହା ହେଲା। କିନ୍ତୁ ଦୁର୍ନୀତିରେ ସମ୍ପୃକ୍ତ ନ ଥିବା ଲୋକଙ୍କୁ ସୁପ୍ରିମ୍‌କୋର୍ଟ ଆଶ୍ୱସ୍ତି ଦେବା କଥା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe