ନୂଆଦିଲ୍ଲୀ: ୧୯୮୨ ବ୍ୟାଚ୍ର ମଣିପୁର-ତ୍ରିପୁରା କ୍ୟାଡରର ଆଇଏଏସ ଅଫିସର ଅଜୟ ନାରାୟଣ ଝା ଦେଶର ପରବର୍ତ୍ତୀ ଅର୍ଥ ସଚିବ ହେବେ। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବନେଟ କମିଟି ଅଜୟ ନାରାୟଣ ଝାଙ୍କ ନାମରେ ମୋହର ମାରିଛି। ୧୯୮୧ ବ୍ୟଚର ଗୁଜରାଟ କ୍ୟାର୍ଡର ଆଇଏଏସ ଅଫିସର ତଥା ଅର୍ଥ ସଚିବ ହସ୍ମୁଖ ଦାହିଆ ଗତ ନଭେମ୍ବର ମାସ ୩୦ ତାରିଖ ଦିନ ଅବସର ନେଇଥିବା ପରିପ୍ରେକ୍ଷୀରେ ତାଙ୍କ ସ୍ଥାନରେ ଝାଙ୍କୁ ନିଯୁକ୍ତି ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଶ୍ରୀ ଝା କେନ୍ଦ୍ର ସରକାରଙ୍କ ଅଧୀନରେ ଏକ୍ସପେଣ୍ଡିଚର ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀ ଝା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏମଫିଲ ଓ ବିଶ୍ୱବ୍ୟାଙ୍କ ସ୍କଲାରସିପ ପାଇ କାନଡାର ମାକ୍ଗିଲ ବିଶ୍ୱବିଦ୍ୟାଳୟରୁ ଇକୋନୋମିକ୍ ପଲିସି ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।
Follow Us