photo-business standard
ନୂଆଦିଲ୍ଲୀ: ଦେଶରେ କରୋନା ଟିକା ପରୀକ୍ଷା ଦ୍ରୁତ ଗତିରେ ଚାଲିଛି। ବିଶ୍ୱାସ କରାଯାଉଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶ କରୋନା ଟିକା ମିଳିଯାଇପାରେ। ଏହି ସମୟରେ, ଅର୍ଥ ମନ୍ତ୍ରାଳୟର ବ୍ୟୟ ସଚିବ ଟିବି ସୋମନାଥନ କୋଭିଡ଼ ଟିକା ବିତରଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ବ୍ୟୟ ସଚିବ କହିଛନ୍ତି ଯେ ସମସ୍ତଙ୍କୁ କୋଭିଡ -୧୯ ଟିକା ବିତରଣ କରିବାକୁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ରହିଛି। ଥରେ ଟିକା ଆସିବା ପରେ ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବ।
ବ୍ୟୟ ସଚିବ ଟିବି ସୋମନାଥନ୍ ଗୁରୁବାର ଦିନ ଏକ ସାକ୍ଷାତକାରରେ କହିଛନ୍ତି ସମଗ୍ର ବ୍ୟକ୍ତିଙ୍କୁ କରୋନା ଟିକା ପାଇବାରେ ଅର୍ଥର କୌଣସି ପ୍ରତିବନ୍ଧକ ନାହିଁ | ଅର୍ଥାତ ଦେଶର ସବୁ ଲୋକଙ୍କୁ ଟିକା ଦେବାରେ ବଜେଟରେ କୌଣସି ବାଧା ଉପୁଜିବ ନାହିଁ |
କରୋନା ଟିକା ପହଞ୍ଚିବା ପରେ ଏହା ଦେଶର ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେବ। ଟିବି ସୋମନାଥନଙ୍କୁ ପଚରାଯାଇଥିଲା ଯେ କରୋନାଭାଇରସ ଟିକା ମାଗଣାରେ ଦେଶର ଲୋକଙ୍କୁ ଦିଆଯିବ କି? ଏହାର ଜବାବ ଦେଇ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ।
Follow Us