କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିବ

Advertisment

୧୦ ନିୟୁତରୁ ଅଧିକ କର୍ମଚାରୀ ଉପକୃତ ହେବେ

୧୦ ନିୟୁତରୁ ଅଧିକ କର୍ମଚାରୀ ଉପକୃତ ହେବେ

ଭାରତୀୟଙ୍କ ବେତନ ୧୦.୨% ବଢ଼ିବ

livemint.com

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହେବ। ଶିଳ୍ପ କର୍ମଚାରୀଙ୍କ ଉପଭୋକ୍ତା ମୂଲ୍ୟ ସୂଚୀକୁ ବିଚାରକୁ ନେଇ ମହଙ୍ଗା ଭତ୍ତାରେ କେତେ ବୃଦ୍ଧି ହେବ ତାହା ନିର୍ଧାରଣ କରାଯାଇଛି। ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି। ତାହା ୪୨ ପ୍ରତିଶତକୁ ବୃଦ୍ଧି ହେବ।

ସର୍ବଭାରତୀୟ ରେଳ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି ଯେ ଗତ ଜାନୁଆରି ୩୧ରେ ଶିଳ୍ପ ଶ୍ରମିକଙ୍କ ଉପଭୋକ୍ତା ମୂଲ୍ୟ ସୂଚୀ ପ୍ରକାଶ ପାଇଥିଲା। ସେହି ଅନୁସାରେ ମହଙ୍ଗା ଭତ୍ତାରେ ୪.୨୩ ପ୍ରତିଶତ ବୃଦ୍ଧି ହେବ ବୋଲି ହିସାବ କରାଯାଇଛି। ଯେହେତୁ ଦଶମିକ ସଂଖ୍ୟାକୁ ବିଚାରକୁ ନିଆଯାଏ ନାହିଁ, ତେଣୁ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହେବ। ମହଙ୍ଗା ଭତ୍ତାରେ ବୃଦ୍ଧି କରିବା ଲାଗି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରସ୍ତାବ ପ୍ରସ୍ତୁତ କରି କ୍ୟାବିନେଟ୍‌ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ପ୍ରସ୍ତାବ ମଞ୍ଜୁର ହେଲେ ପିଛିଲା ଭାବେ ୨୦୨୩ ଜାନୁଆରି ୧ରୁ ମହଙ୍ଗା ଭତ୍ତାରେ ବୃଦ୍ଧି ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏକ କୋଟିରୁ ଅଧିକ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ତାହା ଦ୍ବାରା ଉପକୃତ ହେବେ।

ଶେଷ ଥର ପାଇଁ ୨୦୨୨ ସେପ୍ଟେମ୍ବର ୨୮ରେ ମହଙ୍ଗା ଭତ୍ତାରେ ବୃଦ୍ଧି ହୋଇଥିଲା। ଦରବୃଦ୍ଧିରୁ ସୁରକ୍ଷା ପ୍ରଦାନ କରିବା ଲାଗି କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କରାଯାଇଥାଏ। ଲୋକଙ୍କ ଜୀବନ ଧାରଣ ଖର୍ଚ୍ଚରେ ହେଉଥିବା ବୃଦ୍ଧି ଉପଭୋକ୍ତା ମୂଲ୍ୟ ସୂଚୀରେ ପ୍ରତିଫଳିତ ହୁଏ। ଶିଳ୍ପ ଶ୍ରମିକଙ୍କ ସୂଚୀକୁ ବିଚାରକୁ ନେଇ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ। ବର୍ଷକୁ ଦୁଇ ଥର ମହଙ୍ଗା ଭତ୍ତାରେ ସଂଶୋଧନ କରିବାର ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe