ସୋନାଲୀ ଫୋଗାଟଙ୍କ ଫାର୍ମହାଉସରୁ ମହଙ୍ଗା କାର, ଆସବାବପତ୍ର ଚୋରି, ତଦନ୍ତ ଆରମ୍ଭ କଲା ପୁଲିସ

Advertisment
ସୋନାଲୀ ଫୋଗାଟଙ୍କ ଫାର୍ମହାଉସରୁ ମହଙ୍ଗା କାର, ଆସବାବପତ୍ର ଚୋରି, ତଦନ୍ତ ଆରମ୍ଭ କଲା ପୁଲିସ

indiatoday

ମୁମ୍ବାଇ: ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗାଟଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠିନଥିବା ବେଳେ ତାଙ୍କ ଫାର୍ମହାଉସରୁ ଜିନିଷ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ହରିୟାଣାରେ ସୋନାଲୀଙ୍କର ଥିବା ଫାର୍ମହାଉସରୁ ମହଙ୍ଗା କାର, ଆସବାବପତ୍ର ଚୋରି ହୋଇଥିବା ଜଣାପଡ଼ିଛି। ସୋନାଲୀଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରୁଥିବା ଗୋଆ ପୁଲିସ ହତ୍ୟାକାଣ୍ଡର ଅଭିଯୁକ୍ତ ତଥା ଫୋଗାଟଙ୍କ ସହଯୋଗୀ ସୁଧୀର ସାଙ୍ଗୱାନଙ୍କର ତାଙ୍କ ସମ୍ପତ୍ତି ଉପରେ ନଜର ଥିବା କଥା କହିବା ପରେ ଏଭଳି ଘଟଣା ଘଟିଛି।

ଗୋଆ ପୁଲିସ ଏକ ବିବୃତିରେ ଦର୍ଶାଇଥିଲା ଯେ ସାଙ୍ଗୱାନ୍ କେବଳ ସୋନାଲୀଙ୍କ ସମ୍ପତ୍ତି ହାସଲ କରିବାକୁ ଆଗ୍ରହୀ ନଥିଲେ ବରଂ ତାଙ୍କ ଫାର୍ମହାଉସକୁ ୨୦ବର୍ଷ ପାଇଁ ଲିଜରେ ନେବାକୁ ମଧ୍ୟ ଚାହୁଁଥିଲେ। ବିଶେଷ କରି ସୋନାଲୀଙ୍କ ସମ୍ପତ୍ତି ଉପରେ ସାଙ୍ଗୱାନଙ୍କ ଆଖି ଥିବା କହିଛି ପୁଲିସ। ଏହି କାରଣରୁ ସେ ସୋନାଲୀଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

ଉଲ୍ଲେଖଯୋଗ୍ୟ, ସୋନାଲୀଙ୍କ ମୃତ୍ୟୁ ହେବା ପୂର୍ବରୁ ସେ ଏକ ପାର୍ଟିରେ ଥିଲେ। ଏହି ପାର୍ଟିରେ ତାଙ୍କୁ ସାଙ୍ଗୱାନ ଜବରଦସ୍ତ କିଛି ପିଇବାକୁ ଦେଉଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ଏହି କାରଣରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବାରର ଶୌଚାଳୟକୁ ନିଆଯାଇଥିଲା। ଭିତରେ ଦୁଇ ଘଣ୍ଟା କାଳ ସୋନାଲୀ ରହିଥିଲେ ବି ସେଠାରେ ତାଙ୍କ ସହ କ’ଣ ଘଟିଥିଲା, ତାହା ଜଣାପଡ଼ିନଥିବା କହିଛି ପୁଲିସ। ତେବେ ସିସିଟିଭି ଫୁଟେଜ ଦେଖି ପୁଲିସ ସୋନାଲୀଙ୍କ ବ୍ୟକ୍ତିଗତ ସହାୟକ ସାଙ୍ଗୱାନଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe