ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବୈତୁଲରେ କନ୍ୟାଦାନ ସହିତ ଭୂ-ଦାନ ସାମୁହିକ ବିବାହ କାର୍ଯ୍ୟକ୍ରମରେ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୭୮ଯୋଡ଼ିଙ୍କ ବିବାହ ହୋଇଥିବା ବେଳେ ଭୂ-ଦାନ ଆଧାରରେ ସେମାନଙ୍କୁ ୭୮ଟି ଜମି ଉପହାର ଦିଅାଯାଇଥିଲା। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ନେଇ ସବୁଆଡେ ଚର୍ଚ୍ଚା କରାଯାଉଛି।
ବୈତୁଲରେ ଗତ ମଙ୍ଗଳବାର ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭା ଗୋଣ୍ଡୱାନା ଗଣବିବାହରେ ଭୂ-ଦାନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିବାହ ପାଇଁ ୧୦୦ରୁ ଅଧିକ ନାମ ପଞ୍ଜୀକରଣ ହୋଇଥିଲା। ଏଥିମଧ୍ୟରୁ ୭୮ଯୋଡ଼ିଙ୍କ ବିବାହ ହୋଇଥିଲା। ଏହି କାର୍ଯ୍ୟକ୍ରମର ସ୍ବତନ୍ତ୍ରତା ଥିଲା କି ଏଥିରେ ପ୍ରତ୍ୟେକ ଯୋଡ଼ିଙ୍କୁ ୭୫୦ ବର୍ଗଫୁଟର ଜମି ଘର ତିଆରି କରିବାକୁ ଉପହାର ବାବଦକୁ ଦିଅଯାଇଥିଲା।
ଏହି ଉପହାର ପାଇଥିବା ବର-ବଧୂ କହିଛନ୍ତି, ‘ବିବାହ ହେବା ପରେ ଆମେ ଖୁସି ଥିଲୁ। କିନ୍ତୁ ଯେତେବେଳେ ଘର କରିବାକୁ ଜମି ମିଳିଥିଲା ସେତେବେଳେ ଏହି ଖୁସି ଦ୍ବିଗୁଣିତ ହୋଇଯାଇଥିଲା। ଆଗରୁ ଘୋଷଣା ହୋଇଥିଲା କି ସାମୁହିକ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରତ୍ୟେକ ଯୋଡ଼ିଙ୍କୁ ଭୂଦାନ କରାଯିବ, ଏହା ଆମେ ବିଶ୍ବାସ କରି ପାରୁ ନଥିଲୁ। କିନ୍ତୁ ଏହା ଯେତେବେଳେ ବାସ୍ତବରେ ମିଳିଥିଲା ସେତେବେଳେ ବହୁତ ଖୁସି ଲାଗିଥିଲା, ତାହାକୁ ଶବ୍ଦରେ କହିହେବ ନାହିଁ।’
Follow Us