ମୋଦୀ-ଯୋଗୀ ଲହରକୁ ବିଶେଷଜ୍ଞମାନେ ବୁଝିପାରିଲେ ନାହିଁ

୨୦୨୪ରେ ୮୦ରୁ ୮୦ ଜିତିବୁ: ଯୋଗୀ ଆଦିତ୍ୟନାଥ

Deccan Herald

ଲକ୍ଷ୍ନୌ : ୨୦୧୭ ପରେ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେଉଛି ଦ୍ବିତୀୟ ବୃହତ୍ତମ ନିର୍ବାଚନ ଯେଉଁଥିରେ ବିଶେଷଜ୍ଞମାନେ ମୋଦୀ-ଯୋଗୀ ଲହରର ଉପସ୍ଥିତିକୁ ଅନୁଭବ କରିବାରେ ବିଫଳ ହୋଇଛନ୍ତି।

ଅଧିକାଂଶ ବିଶେଷଜ୍ଞ ଓ ସାମ୍ବାଦିକ ଉତ୍ତରପ୍ରଦେଶ ସରକାରରେ ପରିବର୍ତ୍ତନ ଘଟିବ ଏବଂ ଏହି ପରିବର୍ତ୍ତନର ସୂତ୍ରଧର ହେବେ ସପା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବୋଲି କହୁଥିଲେ। ବହୁଲୋକ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଖୁସି ନାହାନ୍ତି ବୋଲି ସେମାନେ ମତ ଦେଇଥିଲେ। ରାଜପୁତ ଓ ଠାକୁରମାନଙ୍କର ‘ଜାତିଆଣ ପାତରଅନ୍ତର’ର ଅଭିଯୋଗ ଥିଲା। ଭାରତୀୟ ଜନତା ପାର୍ଟିର ପ୍ରମୁଖ ଭୋଟର ବ୍ରାହ୍ମଣମାନେ ସେମାନଙ୍କୁ କୋଣଠେସା କରାଯାଉଥିବାରୁ ଯୋଗୀ ସରକାର ପ୍ରତି ବିମୁଖ ଥିବା କୁହାଯାଉଥିଲା। ବଣିଆମାନେ ହେଉଛନ୍ତି ବିଜେପିର ଏକ ବଡ଼ ଭୋଟ ବ୍ୟାଙ୍କ। କିନ୍ତୁ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇ ସେମାନଙ୍କ ସ୍ବଚ୍ଛନ୍ଦ ବ୍ୟବସାୟରେ ଯୋଗୀ ସରକାର ବାଧା ସୃଷ୍ଟି କରୁଥିବା ଏବଂ ସେମାନଙ୍କ ଘରେ ଆୟକର ବିଭାଗ ଆଦି ଚଢ଼ାଉ କରୁଥିବା ସେମାନେ ଅଭିଯୋଗ କରୁଥିଲେ। ତିନି କୃଷି ଆଇନକୁ ନେଇ ବିଜେପି ସରକାରକୁ ବର୍ଷାଧିକ କାଳ ହରଡ଼ାଘଣାରେ ପକାଇଥିବା କୃଷକମାନେ, ବିଶେଷତଃ ଜାଠ ସମ୍ପ୍ରଦାୟର ଲୋକମାନେ ବିଜେପିକୁ ପାନେ ଦେବା ଲାଗି ପ୍ରତିଶ୍ରୁତିବଦ୍ଧ ହୋଇଥିବା କୁହାଯାଉଥିଲା।

କୋଭିଡ୍ ପରିଚାଳନାରେ ତ୍ରୁଟି ତଥା ଗଙ୍ଗାନଦୀରେ କୋଭିଡ୍ ମୃତକଙ୍କ ଶବ ଭାସିବା ଘଟଣାକୁ ନେଇ ବହୁ ଲୋକ ଯୋଗୀ ସରକାର ପ୍ରତି ବୀତସ୍ପୃହ ଥାଇପାରନ୍ତି ବୋଲି କୁହାଯାଉଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ଲୋକେ ବହୁ ସଂଖ୍ୟାରେ ବିଜେପିକୁ ଭୋଟ ଦେଇ ଜିତାଇଲେ। ତେବେ ସଂଖ୍ୟା ପୂର୍ବ ତୁଳନାରେ କମିଛି। ୨୦୧୭ରେ ୪୦୩ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ତିନି-ଚତୁର୍ଥାଂଶ ଆସନ ପାଇଥିଲା। ଗଣତନ୍ତ୍ରର ଲଜିକ୍ ଅନୁସାରେ ୨୦୨୨ରେ ସେହି ସଂଖ୍ୟା ହ୍ରାସ ପାଇବା କଥା। ତେଣୁ ସେଥିରେ କିଛି ଅସ୍ବାଭାବିକତା ନାହିଁ।

୨୦୧୯ ଲୋକସଭା ନିର୍ବାଚନ ପରେ ଏହା ହେଉଛି ଦ୍ବିତୀୟ ବୃହତ୍ତମ ନିର୍ବାଚନ, ଯେଉଁଥିରେ ଉତ୍ତରପ୍ରଦେଶର ଲୋକେ ପୁନଶ୍ଚ ମୋଦୀ ଓ ଯୋଗୀଙ୍କୁ ବାଛିଛନ୍ତି। ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବଙ୍କ ସବୁ କୌଶଳ ଫେଲ ମାରିଛି। ୨୦୧୪ର ମୋଦୀ ଲହରକୁ ରାଜନୀତି ବିଶାରଦମାନେ ଅନୁଭବ କରିପାରି ନ ଥିବା ବେଳେ ଏବେ ଉତ୍ତରପ୍ରଦେଶରେ ମୋଦୀ-ଯୋଗୀ ଲହରକୁ ବୁଝିବାରେ ବି ବିଫଳ ହୋଇଛନ୍ତି, ଯାହା ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି। ୨୦୧୭ଠାରୁ କମ୍ ହେଲେ ବି ଏହା ଉତ୍ତରପ୍ରଦେଶରେ ବିଜେପିର ଏକ ବଡ଼ ବିଜୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe