ଚେତାବନୀ ଦେଲେ ବିଶେଷଜ୍ଞ, ଦିଲ୍ଲୀରେ ସଂକ୍ରମଣ ବଢ଼ାଇପାରେ ଆନ୍ଦୋଳନ

ଚାଷୀ ଆନ୍ଦୋଳନ ତେଜିଛି କାହିଁକି?

Zee News

ନୂଆଦିଲ୍ଲୀ : ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ସମୟରେ କୃଷକ ଆନ୍ଦୋଳନ ପରିସ୍ଥିତିକୁ ଆହୁରି ଅଧିକ ବିଗାଡ଼ି ଦେଇପାରେ। କୃଷକ ଆନ୍ଦୋଳନକୁ ବିଶେଷଜ୍ଞମାନେ ‘ସୁପର୍‌ସ୍ପ୍ରେଡର୍‌ ଆନ୍ଦୋଳନ’ କହିଛନ୍ତି। ବିନା ମାସ୍କରେ ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ ନକରି କୃଷକମାନେ ଆନ୍ଦୋଳନ କରୁଥିବାର ଦୃଶ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି। ଆଇସିଏମ୍‌ଆର ମହାମାରୀ ଏବଂ ସଂକ୍ରାମକ ରୋଗ ବିଶେଷଜ୍ଞ ଡା ସମିରନ୍‌ ପଣ୍ଡା କହିଛନ୍ତି, କରୋନା ସଂକ୍ରମଣ ଦିଗରେ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ନଚେତ୍‌ ଏହା ଏକ ସୁପର୍‌‌ସ୍ପ୍ରେଡର କାର୍ଯ୍ୟକ୍ରମରେ ପରିଣତ ହେବ। ସଚେତନ ନହେଲେ ପରିସ୍ଥିତି ଅତି ଜଟିଳ ହୋଇଯିବ ବୋଲି ସେ ଚେତାଇ ଦେଇଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନରତ କୃଷକମାନେ କହିଛନ୍ତି, କରୋନା ଅପେକ୍ଷା ନୂଆ କୃଷି ଆଇନ ଅଧିକ ବିପଜ୍ଜନକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe