ବିଶେଷଜ୍ଞଙ୍କ ଚେତାବନୀ: ଇରାନ ଯୁଦ୍ଧକୁ କୁଦିଲେ ସ୍ଥିତି ଭୟଙ୍କର ହେବ

Advertisment
ଭୂକମ୍ପର ଦୁଇ ସପ୍ତାହ ନ ପୂରୁଣୁ ସିରିୟାର ଡାମାସ୍କସ୍‌ରେ ଇସ୍ରାଏଲୀୟ କ୍ଷେପଣାସ୍ତ୍ର ଆକ୍ରମଣ; ୧୫ ମୃତ

Image Courtesy of Times of Israel

ନୂଆଦିଲ୍ଲୀ : ଇସ୍ରାଏଲ ବିରୋଧରେ ଏବେ ଖାଲି ହମାସ୍‌ ନୁହେଁ ଅନ୍ୟ କେତେକ ଦିଗରୁ ବି ଆକ୍ରମଣ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି। ଇସ୍ରାଏଲ ବିରୋଧୀ ଯୁଦ୍ଧ ପାଇଁ ହମାସ୍‌ ପ୍ରତି ସମର୍ଥନ ମୁସ୍‌ଲିମ ରାଷ୍ଟ୍ର ଏବଂ ଇସ୍‌ଲାମିକ ଆତଙ୍କବାଦୀ ସଂଗଠନଗୁଡ଼ିକର ସମର୍ଥନ ବଢ଼ୁଛି। ଲେବାନନ୍‌ର ହେଜବୋଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଯୁଦ୍ଧରେ ଯୋଗଦେବ ବୋଲି ନିଷ୍ପତ୍ତି ନେଇ ସାରିଛି। ଇତିମଧ୍ୟରେ ଜଣେ ପ୍ରଖ୍ୟାତ କୂଟନୀତି ବିଶେଷଜ୍ଞ ତଥା ୟୁରେସିଆ ଗ୍ରୁପ୍‌ ପ୍ରତିଷ୍ଠାତା ଇଆନ୍‌ ବ୍ରେମ୍ମର ଆଜି କହିଛନ୍ତି, ଇସ୍ରାଏଲ ବିରୋଧରେ ଅଧିକରୁ ଅଧିକ ସାମ୍ମୁଖ୍ୟ ବାହାରିବା ଫଳରେ ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବ।

ବ୍ରେମ୍ମର ଏକ ସାକ୍ଷାତକାର ଦେଇ କହିଛନ୍ତି, ଯଦି ଯୁଦ୍ଧରେ ଇରାନ ସିଧାସଳଖ ଭାବେ ସମ୍ପୃକ୍ତ ହେବ ତେବେ ଏହାଦ୍ବାରା ମଧ୍ୟପ୍ରାଚ୍ୟ ସଙ୍କଟ ଆହୁରି ଅଧିକ ବଢ଼ିଯିବ। ସେ କହିଛନ୍ତି, ସାମରିକ ଭାବେ ଅଧିକ ଦକ୍ଷ ହେଜବୋଲ୍ଲା ଇରାନ ସମର୍ଥନରେ ସିଧାସଳଖ ଯୁଦ୍ଧରେ ସାମିଲ ହୋଇପାରେ। ସେହିପରି ଇସ୍ରାଏଲ ଯଦି ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରେ ତେବେ ଏହା ବୈଶ୍ବିକ ସ୍ତରରେ ଏକ ବଡ଼ ଧରଣର ପ୍ରଭାବ ପକାଇବ। ଗାଜାରେ ସ୍ଥଳ ଅଭିଯାନ ବିଭିନ୍ନ କାରଣ ପାଇଁ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏହାଦ୍ବାରା ଅଧିକ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ହେବ। ସଙ୍କଟ ଅଧିକ ବଢ଼ିଯିବ। ଇସ୍ରାଏଲ-ହମାସ ଯୁଦ୍ଧର ଦୀର୍ଘକାଳୀନ ଅର୍ଥନୈତିକ ପ୍ରଭାବ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe