ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଉଛନ୍ତି କି ? ଟ୍ରେନରେ ମିଳୁଥିବା ଖାଦ୍ୟକୁ ଭଲରେ ଦେଖନ୍ତୁ । ଦିଆଯାଉଥିବା ଖାଦ୍ୟ ଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ । ନହେଲେ ଆପଣ ଖାଇପାରନ୍ତି ଏକ୍ସପାଏରି ଖାଦ୍ୟ । ସାମ୍ନାକୁ ଆସିଲା ଏକ୍ସପାଏରି ଖାଦ୍ୟର ସାଙ୍ଘାତିକ ସତ । ଟ୍ରେନରେ ଏକ୍ସପାଏରି ସସ୍ ଧରି ହଙ୍ଗାମା କଲେ ଯାତ୍ରୀ ।
ଏକ୍ସପାଏରି ସସକୁ ନେଇ ଯାତ୍ରୀଙ୍କ ଜୋରଦାର ହଙ୍ଗାମା । ବନ୍ଦେ ଭାରତ ଏକ୍ସପ୍ରେସରେ ହୋହଲ୍ଲା କଲେ ଯୁବକ । ଖାଇବାକୁ ଯାଉଥିଲେ, ହଠାତ୍ ଚିହିଁଙ୍କି ଉଠିଲେ । କ୍ୟାଚଅପର ତାରିଖ ଦେଖି ଅଚାନକ ଚିଲେଇଲେ । ମାସେ କି ଦୁଇ ମାସ୍ ନୁହେଁ ବରଂ ଟ୍ରେନରେ ଦିଆଯାଇଥିବା ସସ୍ ୨-୩ ବର୍ଷ ତଳର ବୋଲି ଅଭିଯୋଗ ଆଣିଥିଲେ ଯାତ୍ରୀ । ଦାମୀ ଟ୍ରେନରେ ଯାତ୍ରୀଙ୍କୁ ଏକ୍ସପାଏରି ସସ୍ ଦିଆଯାଉଥିବା ନେଇ ସଙ୍ଗୀନ୍ ଅଭିଯୋଗ ଆସିବା ପରେ ନିଆଁ ପରି ଉକ୍ତ ଭିଡ଼ିଓ ଭାଇରାଲ ହେଉଛି । ଯାହା ବନ୍ଦେ ଭାରତ ଏକ୍ସପ୍ରେସର ଖାଦ୍ୟର ମାନ ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।
Passengers on a Vande Bharat train were served sauce packets that had expired 2–3 years ago.
— Nehr_who? (@Nher_who) February 25, 2026
RPF says not to create an issue about it & the TTE looks clueless
Imagine paying a premium price to eat expired shit.
Meanwhile, the Rail Minister is busy making Reels. pic.twitter.com/poS3yvFNTc
ତେବେ ଟ୍ରେନଟି ଗୋରଖପୁରରୁ ପାଟଣା ଯାଉଥିବା ବେଳେ ଯାତ୍ରୀ ଜଣଙ୍କ ଏକ୍ସପାଏରି ସସକୁ ନେଇ ଆପତ୍ତି ଉଠାଇଥିଲେ । ଯୁବକ ଜଣଙ୍କ ସାଙ୍ଘାତିକ ଅଭିଯୋଗ ଆଣିବା ବେଳେ ଭିଡିଓ କରୁଥିଲେ ଯେଉଁଠି ଆରପିଏଫର ଜଣେ କର୍ମଚାରୀ ଘଟଣାକୁ ବଡ଼ ଧରଣର ନକରିବାକୁ କହୁଛନ୍ତି ଆଉ ଏକ୍ସପାଏରି ସସ୍ ନେଇ ଟିଟିଇ ଚୁପ୍ ରହୁଛନ୍ତି । ତେବେ ଘଟଣାଟି କେବେ ଯଦିଓ ସ୍ପଷ୍ଟ ହେଉନି ମାତ୍ର ଏହା ଇଣ୍ଟରନେଟରେ ଏବେ ଖୁବ୍ ଭାଇରାଲ୍ ହେଉଛି ଏବଂ ଏହା ୨୦୨୫ର ବୋଲି କେହି କେହି କହୁଛନ୍ତି ।
ଆହୁରି ପଢନ୍ତୁ- Dharmendra Pradhan: ଉତ୍ତରଦାୟିତ୍ୱ ସ୍ଥିର ହେବ, କାର୍ଯ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର
ତେବେ ଖାଲି ଏକ୍ସପାଏରି ସସ୍ ନୁହେଁ ପୂର୍ବରୁ ମଧ୍ଯ ଅନେକ ଥର ଖାଦ୍ୟ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ବଦନାମ ହୋଇଛି । କେବେ ପାଣିଆ ଡାଲି ପାଇଁ ତ କେବେ ଖାଦ୍ୟରେ ଅସରପା ଏବଂ ପୋକ ବାହାରିବା ପାଇଁ ବଦନାମ୍ ମୁଣ୍ଡେଇଛି । ଆଉ ଏବେ ଏକ୍ସପାଏରି ସସ୍ ପାଇଁ ପୁଣି ବଦନାମ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ।
ଆହୁରି ପଢନ୍ତୁ- Police: ପଶ୍ଚିମବଙ୍ଗ ପୁଲିସ କର୍ମଚାରୀଙ୍କୁ ଠେଲାପେଲା ଘଟଣାରେ କାର୍ଯ୍ୟାନୁଷ୍ଠାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/26/vande-bharat-express-2026-02-26-20-55-00.jpeg)