Explosion at paramilitary headquarters: ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟରେ ବିସ୍ଫୋରଣ: ୩ ପାକିସ୍ତାନୀ କମାଣ୍ଡୋ ମୃତ

ସୋମବାର ସକାଳେ ପାକିସ୍ତାନର ପେଶାୱାରରେ ଥିବା ଫ୍ରଣ୍ଟିୟର କନଷ୍ଟେବୁଲାରୀ (ଏଫ୍‌ସି) ମୁଖ୍ୟାଳୟକୁ ବନ୍ଧୁକଧାରୀ ଓ ଆତ୍ମଘାତୀ ବିସ୍ଫୋରଣକାରୀମାନେ ଟାର୍ଗେଟ୍ କରି ଆକ୍ରମଣ କରିବା ପରେ ତିନି ଜଣ କମାଣ୍ଡୋ ଓ ତିନି ଜଣ....

dgjgdjgjdgj

ପେଶାୱାର: ସୋମବାର ସକାଳେ ପାକିସ୍ତାନର ପେଶାୱାରରେ ଥିବା ଫ୍ରଣ୍ଟିୟର କନଷ୍ଟେବୁଲାରୀ (ଏଫ୍‌ସି) ମୁଖ୍ୟାଳୟକୁ ବନ୍ଧୁକଧାରୀ ଓ ଆତ୍ମଘାତୀ ବିସ୍ଫୋରଣକାରୀମାନେ ଟାର୍ଗେଟ୍ କରି ଆକ୍ରମଣ କରିବା ପରେ ତିନି ଜଣ କମାଣ୍ଡୋ ଓ ତିନି ଜଣ ଆକ୍ରମଣକାରୀଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଅର୍ଦ୍ଧସାମରିକ ବିଲ୍ଡିଂର ମୁଖ୍ୟ ଫାଟକରେ ଦୁଇଟି ବିସ୍ଫୋରଣ ସହିତ ଏହି ଆକ୍ରମଣ ଆରମ୍ଭ ହୋଇଥିଲା। ସଶସ୍ତ୍ର ବ୍ୟକ୍ତିମାନେ କମ୍ପାଉଣ୍ଡ ଭିତରକୁ ପଶି ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟ କରିଥିଲେ। ସକାଳ ପ୍ରାୟ ୮ଟା ବେଳେ ଏହି ଆକ୍ରମଣ ଘଟିଥିଲା। ଏଫ୍‌ସି କମାଣ୍ଡୋ ଓ ପୁଲିସ ୟୁନିଟ୍ ପ୍ରତିଶୋଧ ନେଇ ପରିସର ଭିତରେ ତିନିଜଣ ଆକ୍ରମଣକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ।

ସୂତ୍ରରୁ ପ୍ରକାଶ ଯେ, କମ୍ପ୍ଲେକ୍ସରେ ଅତି କମ୍‌ରେ ଦୁଇଜଣ ଆତ୍ମଘାତୀ ବିସ୍ଫୋରଣକାରୀ ଆକ୍ରମଣ କରିଛନ୍ତି। ପ୍ରବେଶ ଦ୍ୱାରରେ ହୋଇଥିବା ବିସ୍ଫୋରଣରେ ତିନି ଜଣ ଏଫ୍‌ସି କର୍ମଚାରୀ ନିହତ ହୋଇଥିବାବେଳେ ପରବର୍ତ୍ତୀ ଗୁଳି ବିନିମୟରେ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। ପେଶାୱାର କ୍ୟାପିଟାଲ ସିଟି ପୁଲିସ ଅଧିକାରୀ ଡ. ମିଆଁ ସଇଦ୍ କହିଛନ୍ତି ଯେ ଏହି ଅଞ୍ଚଳକୁ ସିଲ୍ କରାଯାଇଛି ଏବଂ କୌଣସି ନୂଆ ବିପଦକୁ ଏଡ଼ାଇବା ପାଇଁ ଏକ କ୍ଲିୟରାନ୍ସ ସୁଇପ୍ ଚାଲିଛି। ସେନା ଓ ପୁଲିସ ଏହି ଅଞ୍ଚଳକୁ ଘେରାବନ୍ଦୀ କରିଛି କିନ୍ତୁ ଭିତରେ କିଛି ଆତଙ୍କବାଦୀ ଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଖାଇବର ପଖତୁନଖ୍ୱା ଆଇଜି ଜୁଲଫିକର ହମିଦ ମଧ୍ୟ ଆତ୍ମଘାତୀ ବୋମା ବିସ୍ଫୋରଣକୁ ନିଶ୍ଚିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe