କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ: ଖଣ୍ଡଖଣ୍ଡ ହୋଇଗଲେ ୪ଜଣ ଶ୍ରମିକ

Advertisment
କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ: ଖଣ୍ଡଖଣ୍ଡ ହୋଇଗଲେ ୪ଜଣ ଶ୍ରମିକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦସରରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ମୃତକ ୪ଜଣ ଏହି ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ। ବିସ୍ଫୋରଣ ଏତେ ଜୋରରେ ହୋଇଯାଇଥିଲା କି ମୃତକଙ୍କ ଶରୀର ଖଣ୍ଡଖଣ୍ଡ ହୋଇ ଏ‌ଣେତେଣେ ଝିଟିକି ପଡ଼ିଥିଲା।

ସୂଚନାନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ପାଖାପାଖି ୨ କିଲୋମିଟର ଯାଏ ଏହାର ଶଦ୍ଦ ଶୁଣାଯାଇଛି। ଏଥିସହ ଆଖପାଖ ଅଞ୍ଚଳରେ ଥିବା ଘରର କବାଟ,ଝରକା କାଚ ମଧ୍ୟ ଭାଙ୍ଗିଯାଇଛି। ଏହି ବିସ୍ଫୋରଣ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବିସ୍ଫୋରଣ ପରେ ଧ୍ବଂସସ୍ତୂପ ତଳୁ ୪ଜଣ ଲୋକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରୁଛି। ୪ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଅଭି‌ଷେକ (୨୦ବର୍ଷ), ରଇସ (୪୦ ବର୍ଷ) ଓ ଅନ୍ୟ ଦୁଇଜଣଙ୍କ ନାମ ଆହଦ ଓ ବିନୋଦ ଥିବା ଜଣାପଡ଼ିଛି।

ତେବେ ଏହି ବିସ୍ଫୋରଣ କେଉଁ କାରଣରୁ ଘଟିଥିଲା ତାହା ଏଯାବତ ସ୍ପଷ୍ଟ ହୋଇନ‌ାହିଁ। କିନ୍ତୁ ବିସ୍ଫୋରଣ ସମ୍ପର୍କରେ ଖବର ପାଇ ଡିଏମ୍ ଓ ଏସଏସପି ସମେତ ପୁଲିସ ଦଳ ତୁରନ୍ତ ଯାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି କି ସତୀଶ ନାମକ ଜଣେ ବ୍ୟକ୍ତି ଭଡ଼ାରେ ଘର ନେଇ କେମିକାଲ ଫ୍ୟାକ୍ଟ୍ରି କରିଥି‌ଲେ, ଯେଉଁଠାରେ ଏହି ବିସ୍ଫୋରଣ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe