Image Source: India Today
ଫ୍ଲେରିଡା: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଫ୍ଲୋରିଡାର ଗୋଟାଏ ସପିଙ୍ଗ୍ ପ୍ଲାଜାରେ ଶନିବାର ଦିନ ଗୋଟାଏ ଖାଲି ପିଜ୍ଜା ରେସ୍ତୋରାଁରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ଭଙ୍ଗାରୁଜା କଂକ୍ରିଟ୍ ଛିଟିକା ଯୋଗୁଁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଫୋର୍ଟ ଲାଡର୍ଡେଲ୍ର ପଶ୍ଚିମ ପାର୍ଶ୍ୱସ୍ଥ ପ୍ଲାଣ୍ଟେସନ୍ର ଗହଳି ରାସ୍ତାରେ ଅଧିକାଂଶ ଭଙ୍ଗାରୁଜା କଂକ୍ରିଟ୍ ବିଛାଡ଼ି ହୋଇ ପଡ଼ିଥିଲା। ରେସ୍ତୋରାଁଟି ଧ୍ୱଂସ ହୋଇଯାଇଛି ଏବଂ ନିକଟରେ ଥିବା ଦୋକାନ ଏବଂ କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପରେ ପରେ ଦମକଳ ବାହିନୀ ଲୋକେ ଗ୍ୟାସ୍ ପାଇପ୍ରେ ଛିଦ୍ର ଦେଖିଥିଲେ ବି, ସରକାରୀ କର୍ତ୍ତୃପକ୍ଷ କହୁଛନ୍ତି କି, ଏତେ ଜଲ୍ଦି ବିସ୍ଫୋରଣର କାରଣ ନିର୍ଦ୍ଧାରଣ କରି ହେବ ନାହିଁ।
Image Source: Fox Newsବିସ୍ଫୋରଣ ଯୋଗୁଁ ବଡ଼ ବଡ଼ କଂକ୍ରିଟ୍ ଖଣ୍ଡମାନ ୪୫ ମିଟର ଏବଂ ଧାତବ ଖଣ୍ଡଗୁଡ଼ିକ ୯୦ ମିଟର୍ ଦୂର ଯାଏଁ ଛିଟିକି ପଡ଼ିଥିଲା।
ଏଥିରେ ଅନ୍ୟୂନ ୨୧ ଜଣ ଲୋକ ଆହତ ହୋଇଥିଲେ ବି, କାହାରି ଜୀବନ ପ୍ରତି ବିପଦ ନାହିଁ ବୋଲି ପୁଲିସ ସର୍ଜେଣ୍ଟ୍ ଜେସିକା ରିୟାନ କହିଛନ୍ତି।
ଧାତବ ଫ୍ରେମ୍ଟିକୁ ଛାଡ଼ି ଦେଲେ ବିସ୍ଫୋରଣ ଯୋଗୁଁ ଅଟ୍ଟାଳିକାଟି ଧ୍ୱଂସ ପାଇଯାଇଛି। କେତେ ମାସ ହେବ ପିଜ୍ଜାଫାୟାର୍ ନାମକ ସେ ରେସ୍ତୋରାଁରେ ବ୍ୟବସାୟ ହେଉ ନ ଥିଲା।
Follow Us