ମୁର୍ଶିଦାବାଦରେ ବିସ୍ଫୋରକ ସ୍ଥିତି: ‘ଅଶାନ୍ତ’ ଅଞ୍ଚଳ ଘୋଷଣା ଦାବି

Advertisment

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱକଫ୍‌ ଆଇନକୁ ବିରୋଧ କରି ଦୁଇ ଦିନ ଧରି ଘଟିଥିବା ଭୟାନକ ହିଂସା ଯୋଗୁଁ ପରିସ୍ଥିତି ବିସ୍ଫୋରକ ରହିଛି।   ଘଟଣାରେ ଆଜି ୧୫ରୁ ଅଧିକ ଦଙ୍ଗାକାରୀଙ୍କୁ ଗିରଫ କରାଯିବା ପରେ ସମୁଦାୟ ଗିରଫ ସଂଖ୍ୟା  ୧୬୦ ଟପିଛି।

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱକଫ୍‌ ଆଇନକୁ ବିରୋଧ କରି ଦୁଇ ଦିନ ଧରି ଘଟିଥିବା ଭୟାନକ ହିଂସା ଯୋଗୁଁ ପରିସ୍ଥିତି ବିସ୍ଫୋରକ ରହିଛି।   ଘଟଣାରେ ଆଜି ୧୫ରୁ ଅଧିକ ଦଙ୍ଗାକାରୀଙ୍କୁ ଗିରଫ କରାଯିବା ପରେ ସମୁଦାୟ ଗିରଫ ସଂଖ୍ୟା  ୧୬୦ ଟପିଛି।

fsfsxcxc

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱକଫ୍‌ ଆଇନକୁ ବିରୋଧ କରି ଦୁଇ ଦିନ ଧରି ଘଟିଥିବା ଭୟାନକ ହିଂସା ଯୋଗୁଁ ପରିସ୍ଥିତି ବିସ୍ଫୋରକ ରହିଛି।   ଘଟଣାରେ ଆଜି ୧୫ରୁ ଅଧିକ ଦଙ୍ଗାକାରୀଙ୍କୁ ଗିରଫ କରାଯିବା ପରେ ସମୁଦାୟ ଗିରଫ ସଂଖ୍ୟା  ୧୬୦ ଟପିଛି। ମୁସଲମାନ ଅଧ୍ୟୁଷିତ ଜିଲ୍ଲାରେ ୮ କମ୍ପାନି ବିଏସ୍‌ଏଫ ଏବଂ ସିଏପିଏଫ୍‌ ଯବାନ ମୁତୟନ ହେବା ପରେ କୌଣସି ନୂଆ ହିଂସାକାଣ୍ଡ ଘଟିନଥିଲେ ମଧ୍ୟ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।  କେତେବେଳ କିଭଳି ସ୍ଥିତି ସୃଷ୍ଟି ହେବ ତାହା କହିହେବ ନାହଁ।  ଆଜି ମଧ୍ୟ ବିଏସ୍‌ଏଫ୍‌ ଉପରେ ଆକ୍ରମଣ ଉଦ୍ୟମ ହୋଇଥିବା ବେଳେ ଏହାକୁ ପଣ୍ଡ କରିଦିଆଯାଇଛି। ଅନ୍ୟପକ୍ଷରେ ବିଜେପି ଦାବି କରିଛି ଯେ ଉତ୍ତେଜନା ପରେ ୪୦୦ରୁ ଅଧିକ ହିନ୍ଦୁ ସେମାନଙ୍କ ଘର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ବର୍ବର ଆକ୍ରମଣ, ହତ୍ୟା, ପୋଡ଼ାଜଳା ଓ ଲୁଟ୍‌ପାଟ ପରେ ହିନ୍ଦୁମାନେ ଘରଦ୍ବାର ଛାଡ଼ି ଅନ୍ୟ ଅଂଚଳରେ ଆଶ୍ରୟ ନେଇଛନ୍ତି ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି।  ଦଙ୍ଗାକାରୀଙ୍କ ପ୍ରତି  ମମତା ବାନାର୍ଜୀଙ୍କ ଟିଏମ୍‌ସି ସରକାରର କୋହଳ ଆଭିମୁଖ୍ୟ ପରିସ୍ଥିତିକୁ ଅତି ଗମ୍ଭୀର କରିଛି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

‘ଅଶାନ୍ତ’ ଅଞ୍ଚଳ ଘୋଷଣା ଦାବି
୪୦୦ରୁ ଅଧିକ ହିନ୍ଦୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି: ବିଜେପି
ବିଏସ୍‌ଏଫ୍‌ ସହ ସିଏପିଏଫ୍‌ ସାମିଲ ହେଲା

ବିଜେପି ନେତା ଜ୍ୟୋତିର୍ମୟ ସିଂହ ମାହାତୋ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଶସ୍ତ୍ର  ବାହିନୀର ସ୍ବତନ୍ତ୍ର ସୁରକ୍ଷା ଆଇନ ‘ଆଫସ୍ପା’ ଅଧୀନରେ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟରେ ୱକଫ୍‌ ଲାଗୁ ହେବନାହିଁ  ଏବଂ  ଏଥିପାଇ ଦଙ୍ଗା କରିବାର  ଯଥାର୍ଥତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣାର କୌଣସି ପ୍ରଭାବ ଏହି ଅଂଚଳର ଦଙ୍ଗାକାରୀଙ୍କ ଉପରେ ପଡ଼ୁନାହିଁ ଏବଂ ସେମାନେ ଯୋଜନାବଦ୍ଧ ଆକ୍ରମଣ କରୁଛନ୍ତି ବୋଲି ବିଜେପି କହିଛି।

ମୁର୍ଶିଦାବାଦରେ ଦଙ୍ଗା ନିୟନ୍ତ୍ରଣ ପାଇଁ ବିଏସ୍‌ଏଫ ଓ ରାଜ୍ୟ ପୁଲିସ ସହିତ ଆଜି ସିଏପିଏଫ୍‌ ସାମିଲ ହେବାପରେ ‌ହିଂସା ଥମିଛି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ସିଏପିଏଫ୍ ମୁର୍ଶିଦାବାଦରେ  ହିଂସାପ୍ରବଣ  ଅଞ୍ଚଳରେ ପାଟ୍ରୋଲିଂ  ଆରମ୍ଭ କରିଛି। ମୁର୍ଶିଦାବାଦର ସୁତି ଓ ସମସେରଗଞ୍ଜରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଅହରହ ପ୍ରୟାସ ଚାଲିଛି। ପଶ୍ଚିମବଙ୍ଗ ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାର ଗତକାଲି ସନ୍ଧ୍ୟାରେ ମୁର୍ଶିଦାବାଦରେ ପହଞ୍ଚି  ସେଠାରୁ ସମନ୍ୱୟ ରକ୍ଷା କରୁଛନ୍ତି। କୁମାର ଏକ ଦୃଢ଼ ବାର୍ତ୍ତା ଦେଇ  କହିଛନ୍ତି ଯେ  ହିଂସା ଓ ଗୁଣ୍ଡାଗିରିକୁ ବରଦାସ୍ତ କରାଯିବ ନାହିଁ।

ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ସକ୍ରିୟ

କୋଲକାତା, ୧୩/୪: କେନ୍ଦ୍ର ସରକାରଙ୍କ ୱକଫ୍‌ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଚାଲିଥିବା ହିଂସା ଅତି ଭୟାନକ ସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ସୁଯୋଗ ନେଇ ବାଂଲାଦେଶୀ ଆତଙ୍କବାଦୀମାନେ ଏହି ଅଂଚଳରେ ସକ୍ରିୟ ହୋଇଉଠିଛନ୍ତି। ଜମାତ୍‌ ଉଲ୍‌ ମୁଜାହିଦ୍ଦିନ ବାଂଲାଦେଶ(ଜେଏମ୍‌ବି) ଓ ହିଜବୁତ୍‌-ତହରିର ସଂଗଠନର ଉଗ୍ରବାଦୀମାନେ ହିଂସାତ୍ମକ ଆନ୍ଦୋଳନର ସୁଯୋଗ ନେଇ ହିନ୍ଦୁଙ୍କ ଉପରେ ବର୍ବର ଆକ୍ରମଣ କରିଥିବା ରିପୋର୍ଟ ମିଳିଛି।   ଦଙ୍ଗାକାରୀମାନେ ନିରୀହ ଲୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିବା ଏବଂ ଟାର୍ଗେଟ୍‌ କରି ହିନ୍ଦୁମାନଙ୍କ ଘରେ ପଶି ଲୁଟ୍‌ପାଟ ଓ ହତ୍ୟା କରିବା ପଛରେ ବହୁତ ବଡ଼ ଷଡ୍‌ଯନ୍ତ୍ର ଥିବା କୁହାଯାଉଛି। ମାମଲାର ଗମ୍ଭୀରତାକୁ ଦେଖି ଶନିବାର କୋଲକାତା ହାଇକୋର୍ଟ ଏହି ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ର ସରକାର ଯୁଦ୍ଧସ୍ତରରେ ପଦକ୍ଷେପ ଗ୍ରହଣ କରିଥିଲେ। ବିଏସ୍‌ଏଫ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ପୁଲିସ ସହ ସମନ୍ୱୟ ରକ୍ଷା କରି ଅନେକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି। ଆବଶ୍ୟକ ପଡ଼ିଲେ ଅଧିକ ଫୋର୍ସ ମୁତୟନ କରାଯିବ ଏବଂ ଦଙ୍ଗାକାରୀଙ୍କ ବିରୋଧରେ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ରାଜ୍ୟ ପୁଲିସ ମୁଖ୍ୟ କହିଛନ୍ତି। ବିଏସ୍‌ଏଫ୍‌ର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସର୍ବାଧିକ ହିଂସା ପ୍ରବଣ ଅଂଚଳରେ ସ୍ଥିତି ସୁଧୁରିଥିଲେ ମଧ୍ୟ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। 

ମୁସଲମାନ ଅଧ୍ୟୁଷିତ ମୁର୍ଶିଦାବାଦରେ ଗତକାଲି ହିଂସାକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ଦିନ ସୁରକ୍ଷାବାହିନୀ ଉପରକୁ ଦଙ୍ଗାକାରୀମାନେ ପଥର ବର୍ଷା କରିଥିଲେ ଏବଂ ଶତାଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ମାଲଦା, ମୁର୍ଶିଦାବାଦ, ଦକ୍ଷିଣ ୨୪ ପ୍ରଗଣା ସମେତ ବିଭିନ୍ନ ଜିଲ୍ଲାରେ ହିଂସା କାଣ୍ଡ ଘଟିଛି।  ହିନ୍ଦୁମାନେ ମୁର୍ସିଦାବାଦ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହେଉଥିବାରୁ ଏହାକୁ ରୋକିବା ଦିଗରେ ଅଧିକ ପଦକ୍ଷେପ ଲୋଡ଼ା ବୋଲି ବିଜେପି  ଦାବି କରିଛି। ମୁର୍ଶିଦାବାଦର ଧୁଲିଆନ୍‌ରୁ ୪୦୦ରୁ ଅଧିକ ହିନ୍ଦୁ ନଦୀ ପାର ହବା ପରେ ସେମାନଙ୍କୁ ତତ୍କାଳ ସହାୟତା ଯୋଗାଇ ଦିଆଯାଇଥିଲା। ୧୧ ତାରିଖ ରାତିରେ ମୁର୍ଶିଦାବାଦରେ ପୁଲିସ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବାରୁ ଦଙ୍ଗାକାରୀମାନେ ସେମାନଙ୍କ ଘର ଜାଳି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହି ବିସ୍ଥାପିତ ହିନ୍ଦୁମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଜିଲ୍ଲାରେ ନିୟୋଜିତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ, ରାଜ୍ୟ ପୁଲିସ ଏବଂ ଜିଲ୍ଲା ପ୍ରଶାସନକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe