www.hindustantimes.com
ନୂଆଦିଲ୍ଲୀ: କରୋନା ଟିକା କୋଭିସିଲ୍ଡ୍କୁ ବିଶ୍ବର ସମସ୍ତ ଦେଶକୁ ରପ୍ତାନି ପାଇଁ ଅନୁମତି ରହିଛି ବୋଲି ସେରମ୍ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଅଦର ପୁନାୱାଲା ମଙ୍ଗଳବାର ପ୍ରକାଶ କରିଛନ୍ତି। କୋଭିସିଲଡ୍ ହେଉଛି ପ୍ରଥମ କରୋନା ଟିକା ଯାହାକି ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ପାଇଛି । ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ ପୁଣେସ୍ଥିତ ସିର୍ମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏସ୍ଆଇଆଇ)ର ପ୍ରସ୍ତୁତ ଟିକାକୁ ଅନ୍ୟ ଦେଶକୁ ରପ୍ତାନି ଅନୁମତି ଉପରେ କିଛି ମାସ ଲାଗି ଭାରତ ଅଙ୍କୁଶ ଲଗାଇଛି । ମାତ୍ର ରପ୍ତାନି ଉପରେ ସେଭଳି କିଛି ଅଙ୍କୁଶ ନାହିଁ ବୋଲି ପୁନାୱାଲା କହିଛନ୍ତି ।
ଅଦର ପୁନାୱାଲା ମଙ୍ଗଳବାର ଏକ ଟ୍ବିଟ୍ କରି ଦୁଇଟି କଥାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି କି ‘ଖବର ବାହାରିଥିଲା ଯେ ଅକ୍ସଫୋର୍ଡ ଟିକାର ରପ୍ତାନି ଉପରେ ଭାରତ ସରକାର ଅଙ୍କୁଶ ଲଗାଇଛନ୍ତି ଓ ଏହା ନିର୍ଦ୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ କୌଣସି ଦେଶକୁ ରପ୍ତାନି ହେବ ନାହିଁ । ମାତ୍ର ଏହା ସମସ୍ତ ଦେଶକୁ ରପ୍ତାନି ପାଇଁ ଅନୁମତି ପାଇସାରିଛି। ଦ୍ବିତୀୟ କଥାଟି ହେଉଛି ଅକ୍ସଫୋର୍ଡ, ମଡର୍ଣ୍ଣା ଆଉ ଫାଇଜର୍ ଟିକାରୁ ଛାଡ଼ିଲେ ବାକି ସବୁ ପାଣି ସଦୃଶ ବୋଲି ଯେଉଁ ମତାମତ ଆସିଥିଲା ଓ ତାହାକୁ ନେଇ ଭାରତ ବାୟୋଟେକ ସହିତ ଭୁଲବୁଝାମଣା ଦେଖାଯାଇଛି ତାହା ଦୂର କରିବାକୁ ସେରମ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ପକ୍ଷରୁ ଏକ ପ୍ରେସ୍ ବିବୃତି ଜାରି କରାଯିବ।
Follow Us