ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବାର ଏକ ଘଣ୍ଟା ମଧ୍ୟରେ ହୋଇପାରେ ହୃଦଘାତ : ଅଧ୍ୟୟନ

ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବାର ଏକ ଘଣ୍ଟା ମଧ୍ୟରେ ହୋଇପାରେ ହୃଦଘାତ : ଅଧ୍ୟୟନ

ନୂଆଦିଲ୍ଲୀ: ଦିନକୁ ଦିନ ଯାନବାହନ ଚଳାଚଳ ବୃଦ୍ଧି ସହ କଳକାରଖାନାର ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ବାୟୁ ପ୍ରଦୂଷଣ ଉତ୍କଟ ହେବାରେ ଲାଗିଛି। ଶୀତ ଦିନ ଆସିଲେ ଭାରତର ଅନେକ ରାଜ୍ୟରେ ବାୟୁର ମାନ ତଳକୁ ଖସିଆସୁଥିବା ସହ ଲୋକଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଥିବା ଦେଖାଯାଉଛି । ବିଶେଷ କରି ଦିଲ୍ଲୀରେ ବାୟୁ ଗୁଣବତ୍ତାମାନ ଖୁବ ତଳକୁ ଖସି ଆସୁଛି । ଅନେକ ଥର ଏନେଇ ଲୋକଙ୍କୁ ସତର୍କ କରାଯାଉଥିଲେ ବି ବାୟୁ ପ୍ରଦୂଷଣକୁ ରୋକିବାରେ ସରକାର ସଫଳ ହୋଇପାରିନାହାନ୍ତି। ଏଭଳି ସମୟରେ ବାୟୁ ପ୍ରଦୂଷଣକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାୟୁ ଗୁଣବତ୍ତା ନିର୍ଦ୍ଦେଶାବଳୀ ଅନୁସାରେ ସ୍ଥିରୀକୃତ ପ୍ରଦୂଷଣସ୍ତର ଠାରୁ ନିମ୍ନମାନର ବାୟୁ  ସଂସ୍ପର୍ଶରେ ଆସିବାର କିଛି ଘଣ୍ଟା ମଧ୍ୟରେ ହୃଦଘାତ ହୋଇପାରେ। ଚାଇନାରେ ଏ ବିଷୟକୁ ନେଇ ଏକ ନୂତନ ଅଧ୍ୟୟନ କରାଯାଇଥିଲା। ସେଠାରେ ପାଗ ଥଣ୍ଡା ଥିବା ବେଳେ ବାୟୁ ପ୍ରଦୂଷଣର ପ୍ରଭାବକୁ ନେଇ ମତାମତ ସଂଗ୍ରହ କରାଯାଇଥିଲା ଏବଂ ଦେଖାଗଲା ବୟସ୍କ ଲୋକ ଏହା ଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି । ବାୟୁ ଗୁଣବତ୍ତା ନିର୍ଦ୍ଦେଶାବଳୀ ତଳେ ଥିବା ପ୍ରଦୂଷିତ ବାୟୁ  ସଂସ୍ପର୍ଶରେ ଆସି ଅନେକ ବୟସ୍କ ଲୋକଙ୍କ ହୃଦଘାତ ହୋଇଥିବା ଦେଖାଯାଇଛି।

ଅଧ୍ୟୟନରୁ ଜଣାପଡିଛି ଯେ ଚାରୋଟି ସାଧାରଣ ବାୟୁ ପ୍ରଦୂଷକର ଯେକୌଣସି ସ୍ତରର ସଂସ୍ପର୍ଶରେ ଆସିବା ମାତ୍ରେ ଆକ୍ୟୁଟ କରୋନାରୀ ସିଣ୍ଡ୍ରୋମ (ଏସିଏସ) ହୋଇଥାଏ, ଯାହା ଦ୍ବାରା ହୃତପିଣ୍ଡର ମାଂସପେଶୀକୁ ରକ୍ତ ଯୋଗାଣ ହୋଇପାରି ନଥାଏ। ଏଭଳି ହେବା ଦ୍ବାରା ଜଣେ ଲୋକ ହୃଦଘାତର ଶିକାର ହୋଇଥାଏ। ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବିଶେଷ କରି ପାଗ ଥଣ୍ଡା ରହିଲେ ବୟସ୍କ ଲୋକମାନେ ଏହାର ଅଧିକ ଶିକାର ହୋଇଥାନ୍ତି। ଧୂମପାନ କରୁ ନଥିବା କିମ୍ବା ଅନ୍ୟାନ୍ୟ ଶ୍ବାସକ୍ରିୟା ରୋଗରେ ପୀଡ଼ିତ ନଥାଇ ବି ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବାୟୁ ପ୍ରଦୂଷଣ ପାଇଁ ହୃଦଘାତର ଶିକାର ହେଉଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe