ଜାନୁଆରି ୧୦ଯାଏ ଘୁଞ୍ଚିଲା ଆୟକର ରିଟର୍ଣ୍ଣ ଦାଖଲ ତାରିଖ

ଜାନୁଆରି ୧୦ଯାଏ ଘୁଞ୍ଚିଲା ଆୟକର ରିଟର୍ଣ୍ଣ ଦାଖଲ ତାରିଖ

ନୂଆଦିଲ୍ଲୀ : କରଦାତାମାନଙ୍କ ପାଇଁ ଏକ ଖୁସି ଖବର। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିବାର ଶେଷ ତାରିଖ ପୁଣି ଘୁଞ୍ଚାଇ ଦିଆଯାଇଛି | ପୂର୍ବରୁ ରିଟର୍ଣ୍ଣ ଫାଇଲ୍‌ ଦାଖଲ କରିବା ସମୟସୀମା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଯାଇଥିବା ବେଳେ ଏବେ ଏହାକୁ ଜାନୁୟାରି ୧୦, ୨୦୨୧ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ପ୍ରଥମେ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ରିଟର୍ଣ୍ଣ ଫାଇଲ୍ ଦାଖଲ କରିବାର ଶେଷ ତାରିଖ ଥିଲା ଜୁଲାଇ ୩୧, ୨୦୨୦। କିନ୍ତୁ ପରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଏବଂ ପୁନର୍ବାର ଡିସେମ୍ବର ୩୧, ୨୦୨୦ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କିନ୍ତୁ ଦେଶରେ ମହାମାରୀ ପରିସ୍ଥିତି ପାଇଁ ସରକାର ବର୍ତ୍ତମାନ ପୁଣି ଆୟକର ରିଟର୍ଣ୍ଣ ଫାଇଲ୍‌ ଦାଖଲ କରିବା ସମୟସୀମା ଜାନୁୟାରୀ ୧୦, ୨୦୨୧ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏଥିସହ, ଟ୍ୟାକ୍ସ୍‌ ଅଡିଟ୍‌ ରିପୋର୍ଟ ଏବଂ ଅର୍ନ୍ତରାଷ୍ଟ୍ରୀୟ କିମ୍ବା ନିର୍ଦ୍ଧାରିତ ଘରୋଇ କାରବାର ସମ୍ବନ୍ଧୀୟ ରିପୋର୍ଟ ସମେତ ଅଡିଟ୍‌ ରିପୋର୍ଟ ଦାଖଲ କରିବାର ଶେଷ ତାରିଖ ଫେବୃଆରି ୧୫ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଏହା ପୂର୍ବରୁ ଟିକସଦାତାଙ୍କ ଲାଗି ୨୦୧୯-୨୦ ଆର୍ଥିକ ବର୍ଷର ରିଟର୍ଣ୍ଣ ଫାଇଲ୍‌ କରିବା ସମୟସୀମା ୨୦୨୦ ଡିସେମ୍ବର ୩୧କୁ ଘୁଞ୍ଚାଇ ଦିଆଯାଇଥିଲା। ଏହା ସହ ଟ୍ୟାକ୍ସ୍‌ ଅଡିଟ୍‌ ରିପୋର୍ଟ ଏବଂ ଅର୍ନ୍ତରାଷ୍ଟ୍ରୀୟ କିମ୍ବା ନିର୍ଦ୍ଧାରିତ ଘରୋଇ କାରବାର ସମ୍ବନ୍ଧୀୟ ରିପୋର୍ଟ ସମେତ ଅଡିଟ୍‌ ରିପୋର୍ଟ ଦାଖଲ କରିବାର ଶେଷ ତାରିଖ ମଧ୍ୟ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଯେଉଁ ଟିକସଦାତାମାନଙ୍କର ଆକାଉଣ୍ଟ୍‌ ଅଡିଟ୍ କରାଯିବା ଆବଶ୍ୟକ ଥିଲା, ସେମାନଙ୍କ ପାଇଁ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ ନିମନ୍ତେ ଶେଷ ତାରିଖ ୨୦୨୧ ଜାନୁଆରି ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe