ଆଜି ରାଜ୍ୟସଭା ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର

Advertisment
ଆଜି ରାଜ୍ୟସଭା ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର

PHOTO--ONEINDIA

ନୂଆଦିଲ୍ଲୀ:କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଗୁଜୁରାଟର ଗାନ୍ଧୀ ନଗରରେ ରାଜ୍ୟସଭା ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି।ସେ ଗତକାଲି ଔପଚାରିକ ଭାବେ ବିଜେପିରେ ଯୋଗ ଦେଇଥିଲେ। ସଂସଦ ଭବନରେ ସେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ।ଏହାପରେ ଜୟଶଙ୍କରଙ୍କୁ ବିଜେପି ଗୁଜରାଟରୁ ରାଜ୍ୟସଭା ପ୍ରାର୍ଥୀ କରିବାର ଯୋଜନା କରୁଥିବା ଜଣାପଡ଼ିଥିଲା।

publive-image

Photo-oneindia

ଜଣେ କୂଟନୀତିଜ୍ଞ ଭାବେ ଜୟଶଙ୍କରଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୭୭ ବ୍ୟାଚ୍ର ଏହି ଭାରତୀୟ ବିଦେଶ ସେବା ଅଧିକାରୀ ପୂର୍ବରୁ ବିଦେଶ ସଚିବ ଥିଲେ। ଜୟଶଙ୍କର ହେଉଛନ୍ତି ଜଣାଶୁଣା ରଣନୀତିକାର ସୁବ୍ରମଣ୍ୟମଙ୍କ ସୁପୁତ୍ର। ଜୟଶଙ୍କର ମୋଦୀଙ୍କର ଜଣେ ଘନିଷ୍ଠ ସହଯୋଗୀ। ବିଦେଶ ବ୍ୟାପାର କ୍ଷେତ୍ରରେ ସେ ମୋଦୀଙ୍କର ଜଣେ କ୍ରାଇସିସ୍ ମ୍ୟାନେଜର ଭାବେ ଜଣାଶୁଣା।

ଅନ୍ୟ ଯେଉଁ ସିଟ୍ ଖାଲି ପଡ଼ିଛି ସେଠାରୁ ବିଜେପି ଜଣେ ବ୍ୟବସାୟୀ ତଥା ଗୁଜୁରାଟ ଠାକୋର ବିକାଶ ସଂଘର ସଭାପତି ଯୁଗଳ ମାଥୁରଜୀ ଠାକୋରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ସେ ବି ଆଜି  ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe