୨୦୨୦ରେ କରୋନା କାରଣରୁ ୟୁପିଏସସି ପରୀକ୍ଷା ଦେବାର ଶେଷ ସୁଯୋଗ ହରାଇଥିବା ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ

Advertisment
୨୦୨୦ରେ କରୋନା କାରଣରୁ ୟୁପିଏସସି ପରୀକ୍ଷା ଦେବାର ଶେଷ ସୁଯୋଗ ହରାଇଥିବା ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ: ୨୦୨୦ରେ କରୋନା କାରଣରୁ ୟୁପିଏସସି ପରୀକ୍ଷା ଦେବାର ଶେଷ ସୁଯୋଗ ହରାଇଥିବା ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ। ଏ ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ଉତ୍ତର ମାଗିଥିବା ବେଳେ ଆଜି ଆଉ ଏକ ସୁଯୋଗ ଦେବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର।

ସୂଚନା ମୁତାବକ, କରୋନା ମହାମାରୀ ଏବଂ ଲକଡାଉନ୍ ପାଇଁ ବହୁ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। ଏଥିରେ ଅନେକ ପରୀକ୍ଷାର୍ଥୀ ଥିଲେ, ଯେଉଁମାନଙ୍କ ପାଇଁ ଗତବର୍ଷ ୟୁପିଏସସି ପରୀକ୍ଷା ଦେବାର ଶେଷ ସୁଯୋଗ ଥିଲା। ତେବେ କରୋନା କାରଣରୁ ସେମାନେ ପରୀକ୍ଷା ଦେଇନପାରିବାରୁ ପରବର୍ତ୍ତୀ ସମୟରେ ସେମାନେ ସୁପ୍ରିମକୋର୍ଟରେ ଶେଷ ସୁଯୋଗ ପାଇଁ ଆବେଦନ କରିଥିଲେ। ସମସ୍ୟାଗୁଡିକ ବିଷୟରେ ଜଣାଇ ସେମାନେ ଆଉ ଏକ ସୁଯୋଗ ମାଗିଥିଲେ। ଆବେଦନ ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଏ ନେଇ ଉତ୍ତର ମାଗିଥିଲେ। ଏବେ ୟୁପିଏସସି ପରୀକ୍ଷା ଦେବାର ଶେଷ ସୁଯୋଗ ଥିବା ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ସରକାର ଆଉ ଏକ ସୁଯୋଗ ଦେବାକୁ ରାଜି ହୋଇଛନ୍ତି।

UPSC Exam oneindia

ଉଲ୍ଲେଖଯୋଗ୍ୟ, ଚୀନର ଊହାନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ସଂକ୍ରମଣ ଗତ ବର୍ଷ ଫେବ୍ରୁଆରିରେ ସାରା ଦେଶରେ ବ୍ୟାପି ଯାଇଥିଲା, ଯେଉଁଥିପାଇଁ ମାର୍ଚ୍ଚରେ ସରକାରଙ୍କୁ ଦେଶକୁ ଲକଡାଉନ କରିବାକୁ ପଡ଼ିଥିଲା। ସଂକ୍ରମଣ ସଂଖ୍ୟ‌ା କମ ହେବା ପରେ ଜୁନ୍ ଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଲା। ଏ ମଧ୍ୟରେ କରୋନା କାରଣରୁ ଅନେକ ପରୀକ୍ଷାର୍ଥୀ ୟୁପିଏସସି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ ମଧ୍ୟ ସରକାର ଅକ୍ଟୋବରରେ ପରୀକ୍ଷା କରିବାକୁ ଅନୁମତି ଦେଇଥିଲେ। ହେଲେ କରୋନା କାରଣରୁ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଗତବର୍ଷ ହୋଇଥିବା ୟୁପିଏସସି ପରୀକ୍ଷା ଦେବା ଶେଷ ସୁଯୋଗ ‌ଥାଇ ମଧ୍ୟ ଯେଉଁ ପରୀକ୍ଷାର୍ଥୀ କରୋନା ପାଇଁ ପରୀକ୍ଷା ଦେଇପାରିନଥିଲେ ଏବେ ସେମାନଙ୍କୁ ଆଉ ଏକ ସୁଯୋଗ ମିଳିବ। ପରୀକ୍ଷାରୁୁ ବଞ୍ଚିତ ହୋଇଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାର ଆଉ ଏକ ସୁଯୋଗ ମିଳିବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି କେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe