ପ୍ରତ୍ୟର୍ପଣ ତାଲିକାରେ ବହୁ ନାମ ରହିଛି: ତହବୁର ରାଣାଙ୍କୁ ନେଇ ସଞ୍ଜୟଙ୍କ ମନ୍ତବ୍ୟ

ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତ ତହବୁର ରାଣାଙ୍କୁ ଶୀଘ୍ର ଭାରତକୁ ଅଣାଯାଇପାରେ। ତେବେ ଏହି ପ୍ରସଙ୍ଗରେ ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ପ୍ରତ୍ୟର୍ପଣ ତାଲିକାରେ ବହୁ ନାମ ରହିଛି...

Extradition list contains many names: Sanjay's comments on Tahbur Rana

Extradition list contains many names: Sanjay's comments on Tahbur Rana Photograph: (Sambad.in)

ମୁମ୍ବାଇ: ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତ ତହବୁର ରାଣାଙ୍କୁ ଶୀଘ୍ର ଭାରତକୁ ଅଣାଯାଇପାରେ। ଏହି ଘଟଣାରେ ୧୬୪ଜଣଙ୍କର ମୃତ୍ୟୁ ଘଟିଥିଲା।  ଆକ୍ରମଣରେ ନିଜ ଭୂମିକା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନୀ ମୂଳ ବ୍ୟବସାୟୀ ତହବୁର ହୁସେନ୍ ରାଣା ବର୍ତ୍ତମାନ ଭାରତକୁ ପ୍ରତ୍ୟର୍ପଣ ହେବା ନେଇ ଆଶା ସୃଷ୍ଟି ହୋଇଛି। 

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତାଙ୍କ ଭୂମିକା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ତହବୁର ହୁସେନ୍ ରାଣାଙ୍କ ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଫଳରେ ଭାରତକୁ ତାଙ୍କର ପ୍ରତ୍ୟର୍ପଣ ହେବାର ରାସ୍ତା ସଫା ହୋଇଛି।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ଠକେଇ ଏବଂ ଅର୍ଥ କାରବାର ଅଭିଯୋଗର ସମ୍ମୁଖୀନ ହୋଇଥିବା ନିରବ ମୋଦୀଙ୍କୁ ଏବେ ଭାରତକୁ ଫେରାଇ ଆଣିବାର ସମୟ ଆସିଛି।

ସଞ୍ଜୟ ରାଉତ କହିଛନ୍ତି ଯେ, ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ୍ ଏବଂ ଟାଇଗର ମେମନ୍‌ଙ୍କ ସମେତ ଅନ୍ୟ ପଳାତକମାନଙ୍କୁ ମଧ୍ୟ ଫେରାଇ ଆଣିବା ଉଚିତ୍।

ସଞ୍ଜୟ ରାଉତ ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ନ୍ୟାୟିକ ପ୍ରକ୍ରିୟା। ଏହିପରି ନ୍ୟାୟିକ ପ୍ରକ୍ରିୟା ଜାରି ରହିଛି। ଏବେ ନିରବ ମୋଦୀଙ୍କୁ ଆଣିବାକୁ ପଡ଼ିବ, ଦାଉଦ୍‌ଙ୍କୁ ଆଣିବାକୁ ପଡ଼ିବ, ଟାଇଗର ମେମନ୍‌ଙ୍କୁ ଆଣିବାକୁ ପଡ଼ିବ। ପ୍ରତ୍ୟର୍ପଣର ତାଲିକା ଲମ୍ବା ଅଟେ। ଏଥିରେ ବହୁ ପଳାତକଙ୍କ ନାମ କରିଛି।

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ପଲିଟବୁରୋ ସଦସ୍ୟ ହନ୍ନାନ ମୋଲ୍ଲାହ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହ-ଷଡଯନ୍ତ୍ରକାରୀଙ୍କ ପ୍ରତ୍ୟର୍ପଣକୁ ଅନୁମତି ଦେଇଥିବାରୁ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟକୁ ପ୍ରଶଂସା କରିଛନ୍ତି।

ହନ୍ନାନ ଏଏନଆଇକୁ କହିଛନ୍ତି, ସେହି ଅପରାଧୀମାନେ ଭାରତରେ ଅପରାଧ କରିଥିଲେ ଏବଂ ସେମାନେ ଆମେରିକାରେ ରହୁଛନ୍ତି। ଭାରତ ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ କହିଛନ୍ତି। ଏହା ଭଲ ଯେ,ଆମେରିକା ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ସେ ଆସିବେ ଏବଂ ତାଙ୍କ ବିରୋଧରେ ଭାରତରେ ବିଚାର କରାଯିବ।

ଏନେଇ ଶିବସେନା ସାଂସଦ ନରେଶ ମହାସ୍କେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ତହବୁର ହୁସେନ୍ ରାଣାଙ୍କ ଆବେଦନକୁ ଖାରଜ କରାଯିବା ଭାରତ ସରକାରଙ୍କ ପାଇଁ ଏକ ବଡ଼ ବିଜୟ। ମାସ୍କେ ଏଏନଆଇକୁ କହିଛନ୍ତି, ୨୬/୧୧ ଆକ୍ରମଣରେ ତହବୁର ହୁସେନ୍ ରାଣା ମୁଖ୍ୟ ଅଭିଯୁକ୍ତ। ଅଭିଯୁକ୍ତମାନଙ୍କୁ ଭାରତକୁ ଫେରାଇ ଆଣିବାକୁ ଭାରତ ସରକାର ଚେଷ୍ଟା କରୁଥିଲେ। ଏହା ଭାରତ ସରକାରଙ୍କ ପାଇଁ ଏକ ବଡ଼ ବିଜୟ। ସେ ଫେରିବା ପରେ ଆମେ ଘଟଣାର ଯାଞ୍ଚ୍ କରି ଅଧିକ ସୂଚନା ପାଇବୁ।

ଅଧିକ ପଢ଼ନ୍ତୁ: ଦୁଇ ଡଙ୍ଗାରେ ଗୋଡ଼ଦେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେବ: ପାକ୍ ବିଶେଷଜ୍ଞଙ୍କ ଚେତାବନୀ

ରାଣାଙ୍କ ସହ-ଷଡଯନ୍ତ୍ରକାରୀମାନଙ୍କ ମଧ୍ୟରେ ଡେଭିଡ ହେଡଲି ସାମିଲ ଥିଲେ। ହେଡଲି ଦୋଷୀ ସାବ୍ୟସ୍ତ ହେବା ସହିତ ରାଣାଙ୍କ ବିରୋଧରେ ତଥ୍ୟ ପ୍ରଦାନରେ ସହଯୋଗ କରିଥିଲେ। ଜାନୁୟାରି ୨୧ ରେ, ଆମେରିକାର ସୁପ୍ରିମକୋର୍ଟ ଭାରତକୁ ନିଜର ପ୍ରତ୍ୟର୍ପଣ ବନ୍ଦ କରିବା ପାଇଁ ରାଣାଙ୍କ ଦ୍ବାରା ଦାଖଲ ହୋଇଥିବା ପ୍ରମାଣପତ୍ରର ଆବେଦନକୁ ଖାରଜ କରିଥିଲେ।

ନଭେମ୍ବର ୨୦୨୪ରେ ଏକ ନିମ୍ନ ଅଦାଲତର ପୂର୍ବ ଆଦେଶ ବିରୁଦ୍ଧରେ ଏହି ଆବେଦନ ଦାଖଲ କରାଯାଇଥିଲା। ନିମ୍ନ ଅଦାଲତ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ ରାୟ ଦେଇଥିଲେ।

ଅଧିକ ପଢ଼ନ୍ତୁ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe