ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେଇ ‘ମହା’ ମୁହାଁଇଛି ଗୁଜୁରାଟ ଉପକୂଳ ଆଡ଼କୁ; ଗୁରୁବାର ପ୍ରତ୍ୟୁଷରେ କରିପାରେ ସ୍ଥଳଭାଗ ଅତିକ୍ରମ

Advertisment
ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେଇ ‘ମହା’ ମୁହାଁଇଛି ଗୁଜୁରାଟ ଉପକୂଳ ଆଡ଼କୁ; ଗୁରୁବାର ପ୍ରତ୍ୟୁଷରେ କରିପାରେ ସ୍ଥଳଭାଗ ଅତିକ୍ରମ

FirstPost

ନୂଆଦିଲ୍ଲୀ/ ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମହା ଏବେ ଏକ ଭୟଙ୍କର ସାମୁଦ୍ରିକ ଚକ୍ରବାତ ବା ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇ ସମୁଦ୍ର ଉପରେ ଭୀଷଣରୁ ଅତି ଭୀଷଣ ରୂପ ଧରି ଧୀର ମନ୍ଥର ଗତିରେ ଗୁଜୁରାଟ ଉପକୂଳ ଆଡ଼କୁ ମୁହଁାଇଛି। ସାମୁଦ୍ରିକ ବାତ୍ୟା ମହା ଅତି ଧୀର ଗତିରେ ଅଗ୍ରସର ହେଉଥିବାରୁ ଏହା ଗୁଜୁରାଟ ଉପକୂଳର ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ସ୍ଥଳଭାଗକୁ ଅତିକ୍ରମ କରିବ, ସେ ସଂପର୍କରେ କୌଣସି ପ୍ରକାରର ପ୍ରାକ୍‌ ଆକଳନ କରିବାରେ ସମର୍ଥ ହୋଇପାରି ନାହିଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)।

publive-image FirstPost

ତେବେ, ବର୍ତ୍ତମାନ ଉତ୍ତର କେନ୍ଦ୍ରୀୟ ଆରବ ସାଗରରେ ରହିଥିବା ସାମୁଦ୍ରିକ ବାତ୍ୟା କ୍ରମଶଃ ପଶ୍ଚିମ ଦିଗକୁ ଗତି କରିବା ସହ ଭାରତ ମୁହାଁ ହେବ ଏବଂ ବୁଧବାର ବିଳମ୍ବିତ ମଧ୍ୟରାତ୍ର କିମ୍ବା ଗୁରୁବାର ପ୍ରତ୍ୟୁଷରୁ ସାମୁଦ୍ରିକ ବାତ୍ୟା ମହା ଗୁଜୁରାଟ ଉପକୂଳର ଦିଉ ଓ ପୋରବନ୍ଦର ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଛି ଆଇଏମ୍‌ଡି।

ଅନ୍ୟପକ୍ଷରେ ସମୁଦ୍ର ମଧ୍ୟରେ ଦୀର୍ଘ ଦିନ ରହିଯାଇ ଥିବାରୁ ସାମୁଦ୍ରିକ ବାତ୍ୟା ମହା ଗୁଜୁରାଟ ଉପକୂଳ ଅତିକ୍ରମ କରିବା ବେଳକୁ ଦୁର୍ବଳ ହୋଇପଡ଼ିବା ସହ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିଥିବ ବୋଲି ଆକଳନ କରୁଛି ଆଇଏମ୍‌ଡି। ତେବେ, ସାମୁଦ୍ରିକ ବାତ୍ୟା ମହାର ପ୍ରଭାବ ଉଭୟ ଗୁଜୁରାଟ ଓ ମହାରାଷ୍ଟ୍ରରେ ଅନୁଭୂତ ହେବ। ଏହାର ପ୍ରଭାବରେ ବୁଧବାର ଓ ଗୁରୁବାର ଗୁଜଜୁରାଟର ଜୁନାଗଡ଼, ଗିରସୋମନାଥ. ଆମ୍ରେଲୀ, ଭାବନଗର, ସୁରଟ, ଭାରୁଚ୍‌, ଆନନ୍ଦ, ଅହମ୍ମଦାବାଦ, ବୋଟାଡ୍‌, ପୋରବନ୍ଦର, ରାଜକୋଟ ଓ ଭଦୋଦରା ଓ ମହାରାଷ୍ଟ୍ରର ମୁମ୍ବାଇ, ଥାଣେ ଓ ପାଲଘର ସମେତ ଉତ୍ତର ମହାରାଷ୍ଟ୍ରର ବ୍ୟାପକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା କହିଛି ଆଇଏମ୍‌ଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe