ସ୍ଥଳସେନା ଓ ‘ର’ ମୁଖ୍ୟଙ୍କ ନେପାଳ ଗସ୍ତ ଉପରେ ନଜର, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଆସିପାରେ ସୁଧାର

Advertisment
ସ୍ଥଳସେନା ଓ ‘ର’ ମୁଖ୍ୟଙ୍କ ନେପାଳ ଗସ୍ତ ଉପରେ ନଜର, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଆସିପାରେ ସୁଧାର

The Wire

ନୂଆଦିଲ୍ଲୀ : ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରବଣେଙ୍କ ଆଗାମୀ ନେପାଳ ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ସୁଧାର ଆଣିପାରେ ବୋଲି ଆଶା କରାଯାଉଛି। ପୂର୍ବରୁ ଭାରତ ଓ ନେପାଳ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ପୁନରୁଦ୍ଧାର କରିବା ଦିଗରେ ନରବଣେଙ୍କ ଗସ୍ତ ସହାୟକ ହେବ ବୋଲି କୁହାଯାଉଛି। ଆସନ୍ତା ନଭେମ୍ବର ୪ରୁ ୬ ଯାଏ ନ‌ରବଣେ ତିନି ଦିନିଆ ନେପାଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଜେନେରାଲ ନରବଣେ ସେଠାରେ ନେପାଳର ସ୍ଥଳସେନା ମୁଖ୍ୟ ଜେନେରାଲ୍‌ ପୂର୍ଣ୍ଣଚନ୍ଦ୍ର ଥାପାଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ନେପାଳର ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ରହିଛି।

ଜେନେରାଲ୍‌ ନରବଣେଙ୍କ ‌ଗସ୍ତ ପରେପରେ ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ୍‌) ମୁଖ୍ୟ ସାମନ୍ତ କୁମାର ଗୋଏଲଙ୍କର ମଧ୍ୟ ନେପାଳ ଗସ୍ତ କାର୍ଯ୍ୟକ୍ରମ ରହିଛି। ଗୋଏଲ୍‌ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମାଓଲିଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସ୍ଥଳସେନା ମୁଖ୍ୟ ଏବଂ ‘ର’ ମୁଖ୍ୟଙ୍କ ନେପାଳ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ‌ରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe