ଚୀନ ଉପରେ ଆଖି, ଆମଦାନି ହେଉଥିବା ୩୭୧ ପ୍ରକାର ସାମଗ୍ରୀର ମାନ ଯାଞ୍ଚ ବାଧ୍ୟତାମୂଳକ କରିବ ଭାରତ

ଚୀନ ଉପରେ ଆଖି, ଆମଦାନି ହେଉଥିବା ୩୭୧ ପ୍ରକାର ସାମଗ୍ରୀର ମାନ ଯାଞ୍ଚ ବାଧ୍ୟତାମୂଳକ କରିବ ଭାରତ

toi

ନୂଆଦିଲ୍ଲୀ:  ଚୀନ ସମେତ ବିଭିନ୍ନ ଦେଶରୁ ଆସୁଥିବା ନିମ୍ନମାନର ସାମଗ୍ରୀର ଯାଞ୍ଚକୁ କଡାକଡି କରିବା ଲାଗି ଭାରତ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।  ଚୀନ ଓ ଅନ୍ୟ କିଛି ଦେଶରୁ ଆସୁଥିବା ପ୍ରାୟ ୩୭୧ ପ୍ରକାରର ସାମଗ୍ରୀକୁ ବାଧ୍ୟତାମୂଳକ ଭାବେ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ(ଆଇଏସ୍‌) ଅଧୀନକୁ ଆଣିବାର ଯୋଜନା କରିଛି ଭାରତ। ଖେଳନା, ଷ୍ଟିଲ୍‌ ବାର୍‌, ଷ୍ଟିଲ୍‌ ଟ୍ୟୁବ୍‌, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ, ଟେଲିକମ୍‌ ସାମଗ୍ରୀ, କାଗଜ, ରବର ଓ କାଚ ଆଦି ଆମଦାନି ସାମଗ୍ରୀର ମାନ ଯାଞ୍ଚ ପ୍ରକ୍ରିୟା ଆସନ୍ତା ମାର୍ଚ ମାସ ସୁଦ୍ଧା ଆରମ୍ଭ କରାଯିବ। ଏଥିସହ ଆମଦାନୀ ହେଉଥିବା ନିମ୍ନମାନର ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଯିବ।

ଗତବର୍ଷ ଏହି ସାମଗ୍ରୀଗୁଡ଼ିକୁ ବାଣିଜ୍ୟ ମନ୍ତ୍ରାଳୟ ଚିହ୍ନଟ କରିଥିଲା। ଅଧିକାରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସାମଗ୍ରୀର ମାନ ନିର୍ଦ୍ଧାରଣ କରାଯାଇ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରି ଆମଦାମୀ ହ୍ରାସ ଓ ରପ୍ତାନି ବୃଦ୍ଧି ପାଇଁ ଯୋଜନା ରହିଛି। କିଛି ସାମଗ୍ରୀର ମାନ ଯାଞ୍ଚ ଡିସେମ୍ବର ସୁଦ୍ଧା ହେବାକୁ ଥିବା ବେଳେ ଆଉ କିଛି ମାର୍ଚ ସୁଦ୍ଧା ହେବ ବୋଲି ସୂଚନା ରହିଛି।

publive-image
Times of India

ଏ ପ୍ରସଙ୍ଗରେ ଭାରତୀୟ ମାନକ ନିର୍ଦ୍ଧାରଣ ସଂସ୍ଥା  ବିଆଇଏସ୍‌ ନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀ କହିଛନ୍ତି, ‘ଚୀନ ସମେତ ଅନ୍ୟାନ୍ୟ ଦେଶରୁ ଆମଦାନୀ ହୋଇଥିବା ୩୭୧ ପ୍ରକାର ସାମଗ୍ରୀକୁ ବାଣିଜ୍ୟ ମନ୍ତ୍ରାଳୟ ଚିହ୍ନଟ କରିଛିି। ଏହି ସାମଗ୍ରୀଗୁଡ଼ିକର ବାଧ୍ୟତାମୂଳକ ମାନକ ଯାଞ୍ଚ କରିବା ଲାଗି କାଣ୍ଡଲା, ଜେଏନପିଟି ଏବଂ କୋଚିନ ପରି ସରକାରୀ ବନ୍ଦରଗୁଡ଼ିକରେ ତନଖି ବ୍ୟବସ୍ଥା କଡାକଡ଼ି କରିବା ଲାଗି ନିଷ୍ପତ୍ତି କରିଛୁ।’

ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶୱାନ ଦୁଇଟି ବିଆଇଏଏସ୍‌ ୱେବ୍‌ସାଇଟ୍‌ ଲଞ୍ଚ୍‌ କରିବାର ମାତ୍ର କିଛି ସମୟ ପରେ ତିୱାରୀ ଉପରୋକ୍ତ ସୂଚନା ଦେଇଛନ୍ତି। ସେ ଆହୁରି ବି କହିଛନ୍ତି କି ଅତି କମ୍‌ ପରିମାଣରେ ଆମଦାମୀ ହେଉଥିବା ସାମଗ୍ରୀ ପାଇଁ କୌଣସି ପ୍ରକାରର ମାନକ ଯାଞ୍ଚ କରାଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe