ଆଖି ଖୋଲା, ହାତରେ ସମ୍ବିଧାନ: ‘ନ୍ୟାୟଦେବୀ’ଙ୍କ ପ୍ରତିମୂର୍ତ୍ତିରେ ବଡ଼ ପରିବର୍ତ୍ତନ

ସୁପ୍ରିମ୍‌କୋର୍ଟରେ ବିଚାରପତିମାନଙ୍କ ପାଠାଗାରରେ ଥିବା ‘ନ୍ୟାୟ ଦେବୀ’ଙ୍କ ପ୍ରତିମୂର୍ତ୍ତିରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରତିମୂର୍ତ୍ତିର ଆଖିରେ ଲାଗିଥିବା କପଡ଼ାକୁ ହଟାଇ ଦିଆଯାଇଛି।

00

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ବିଚାରପତିମାନଙ୍କ ପାଠାଗାରରେ ଥିବା ‘ନ୍ୟାୟ ଦେବୀ’ଙ୍କ ପ୍ରତିମୂର୍ତ୍ତିରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରତିମୂର୍ତ୍ତିର ଆଖିରେ ଲାଗିଥିବା କପଡ଼ାକୁ ହଟାଇ ଦିଆଯାଇଛି। ସେହିପରି ହାତରେ ଖଣ୍ଡା ପରିବର୍ତ୍ତେ ଭାରତୀୟ ସମ୍ବିଧାନର ନକଲ ରଖାଯାଇଛି। ସୁପ୍ରିମ୍‌କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ଏହି ନୂତନ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା ଏବଂ ୨୦୨୩ ଏପ୍ରିଲରେ ନୂତନ ବିଚାରପତି ପାଠାଗାର ନିକଟରେ ସ୍ଥାପନ କରାଯାଇଥିଲା। କିନ୍ତୁ ଏବେ ଏହାର ଫଟୋ ସାମ୍ନାକୁ ଆସିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। 

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଏହି ପ୍ରତିମୂର୍ତ୍ତିର ଆଖିରେ ପଟ୍ଟି ବନ୍ଧା ହୋଇଥିଲା ଏବଂ ଏହା ଆଇନ ସମ୍ମୁଖରେ ସମସ୍ତେ ସମାନ ବୋଲି ଦର୍ଶାଉଥିଲା। ଅର୍ଥାତ ଅଦାଲତ ବିନା ଭେଦଭାବରେ ରାୟ ଶୁଣାଇବେ। ଏଥିସହିତ ଅନ୍ୟାୟକୁ ଦଣ୍ଡଦେବା ଶକ୍ତିର ପ୍ରତୀକ ଥିଲା ଖଣ୍ଡା। ତେବେ ଏବେ ସୁପ୍ରିମ୍‌କୋର୍ଟ ବିଚାରପତି ପାଠାଗାରରେ ନ୍ୟାୟଦେବୀଙ୍କ ନୂଆ ପ୍ରତିମୂର୍ତ୍ତିର ଆଖି ଖୋଲା ରହିଛି ଏବଂ ବାମ ହାତରେ ସମ୍ବିଧାନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe