delhi-car-blast-eyewitness Photograph: (@sambad.in)
ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ ନମ୍ବର-୧ ନିକଟରେ ଭୟାବହ କାର ବିସ୍ଫୋରଣରେ ରାଜଧାନୀ ସମେତ ଥରି ଉଠିଛି ସମଗ୍ର ଦେଶ।
ଦିଲ୍ଲୀ ବିସ୍ଫୋରଣର ଖବର ପାଇବା ମାତ୍ରେ କେନ୍ଦ୍ର ସ୍ବତନ୍ତ୍ର ମନ୍ତ୍ରୀ ଅମିତ ଶାହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭୁଟାନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ। ସମଗ୍ର ଘଟଣାର ବଡ଼ ଧରଣର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମେ ତଦନ୍ତର ତଳଭାଗକୁ ଯିବୁ। ସରକାର ପ୍ରତ୍ୟେକ ଦିଗରୁ ବିବରଣୀର ତଦନ୍ତ କରୁଛି। ରିପୋର୍ଟ ପ୍ରକାଶ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅଧିକପଢ଼ନ୍ତୁ:ଗୁଗୁଲରେ ଦିଲ୍ଲୀ କାର ବିସ୍ଫୋରଣ ସମ୍ପର୍କ ଏସବୁ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ପାକିସ୍ତାନୀ
ବିସ୍ଫୋରଣକୁ ନେଇ ପ୍ରତ୍ୟେକ୍ଷଦର୍ଶୀଙ୍କ ପ୍ରତିକ୍ରିୟା
ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ହୋଇଥିବା ଭୟାବହ ବିସ୍ଫୋରଣକୁ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରତ୍ୟେକ୍ଷଦର୍ଶୀ ଜଣକ ଲାଲକିଲ୍ଲା ଚାରିପାଖରେ ଥିବା ଦୋକାନର ଜଣେଦୋକାନୀ।
ଉକ୍ତ ଦୋକାନୀ ଜଣକ ସେ ଲୋମଟାଙ୍କୁରା ଘଟଣାକୁ ବଖାଣି କହିଛନ୍ତି, " ସନ୍ଧ୍ୟା ସମୟ ହୋଇଥାଏ। ମୁଁ ଦୋକାନରେ ଏକ ଚେୟାରରେ ବସିଥିଲି। ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋ କାନ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲା। ମୁଁ ମୋ ଜୀବନରେ ଏତେ ଶକ୍ତିଶାଳୀ ବିସ୍ଫୋରଣ କେବେ ଶୁଣି ନଥିଲି କି ଦେଖି ନଥିଲି। ଯେମିତି ଲାଗିଲା ମାଟି ମା’ ଫାଟିଗଲା। ସବୁକିଛି ଧ୍ବଂସ ହୋଇଗଲା। ବିସ୍ଫୋରଣରେ ଥରି ଉଠିଲା ସ୍ଥାନୀୟ ଅଞ୍ଚଳ। ମୁଁ ଚୌକିରୁ ଖସିପଡ଼ିଲି। ଉଠିଲା ପରେ ପୁଣି ପଡ଼ିଗଲି... ଏପରି ଭାବେ ତିନିଥର ଉଠିଛି ଓ ପଡ଼ିଛି।
ବିସ୍ଫୋରଣ ସମୟରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଆଖପାଖ ଅଞ୍ଚଳ ଗହଳି ଥିଲା। ଲୋକମାନେ ସେମାନଙ୍କ ଅଫିସରୁ ଘରକୁ ଫେରୁଥିଲେ... ଅନେକ ପର୍ଯ୍ୟଟକ ଲାଲକିଲ୍ଲା ସମ୍ମୁଖରେ ବୁଲାବୁଲି କରି ଫଟୋ ଉଠାଉଥିଲେ। ଏଭଳି ପରିବେଶରେ ହଠାତ୍ ଏକ କାରରୁ ଜୋରଦାର ବିସ୍ଫୋରଣ ହୋଇ ଯାନବାହନରେ ନିଆଁ ଲାଗିଯାଇଥିଲା। ନିକଟସ୍ଥ ଦୋକାନର ଝରକା ଭାଙ୍ଗି ଯାଇଥିଲା। ବିସ୍ଫୋରଣର ଭୟାବହ ଶବ୍ଦ ଅନେକ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା।’
ଅଧିକପଢ଼ନ୍ତୁ:ଭୋଟ ନ ଦେଇ ମତଦାନ କେନ୍ଦ୍ରରୁ ଘରକୁ ପଳାଅ ନାହିଁ: ତେଜସ୍ୱୀ
Follow Us