ବେଙ୍ଗାଲୁରୁ: ଆରସିବିର ବିଜୟ ଶୋଭାଯାତ୍ରା ବେଳେ କାହିଁକି ଘଟିଲା ଅଘଟଣ ? ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ଆଗରେ କାହିଁକି ହେଲା ଭୟଙ୍କର ଦଳାଚକଟା ? ସାମ୍ନାକୁ ଆସିଲା ସାଙ୍ଘାତିକ ସତ, ଆଉ ଏହି ସତର ପର୍ଦ୍ଦାଫାସ କରିଛନ୍ତି ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟେକ୍ଷଦର୍ଶୀ । ସେମାନଙ୍କ କହିବା କଥା ଦଳେ ଯୁବତୀଙ୍କ ହରକତ ପାଇଁ ଏଭଳି ଦଳାଚକଟା ଘଟିଲା ।

Advertisment

ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ- ଆରସିବି ଆଇପିଏଲ୍ ଚାମ୍ପିୟନ ଟ୍ରଫି ନେଇ ବେଙ୍ଗାଲୁରୁରରେ ପହଞ୍ଚିବା ପରେ ଆରମ୍ଭ ହେଇଥିଲା ସେଲିବ୍ରେସନ୍ । ଆଉ ଆରସିବି ଟିମ୍ ଯେତେବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପାଖରେ ପହଞ୍ଚିଥିଲା, ସେତେବେଳେ ପୂରା ଟିମଙ୍କୁ ଦେଖିଥିବା ପ୍ରଶଂସକଙ୍କ ଭିତରେ ଉତ୍ସାହ ବଢିଥିଲା । ନିଜ ନିଜ ପ୍ରିୟ ଖେଳାଳିଙ୍କୁ ଯୁବପିଢି ଭିଡ଼ ଜମାଇଥିବା ବେଳେ ବିରାଟଙ୍କୁ ଦେଖିବାକୁ ଦଳେ ଯୁବତୀ ହଠାତ୍ ମାଡି ଯାଇଥିଲେ । କୋହଲିଙ୍କ ଗୋଟେ ଝଲକ ପାଇବା ସହ ଅତି ପାଖରୁ ବିରାଟଙ୍କ ସହ ଫଟୋ ଉଠାଇବାକୁ ଏବଂ ଭିଡିଓ କରିବାକୁ ମୋବାଇଲ୍ ଧରି ନିକଟବର୍ତ୍ତୀ ଗେଟ୍ ପାଖକୁ ଧାଇଁଥିଲେ । 

ସେମାନଙ୍କୁ ଦେଖି ଅନ୍ୟମାନେ ବି ଧାଇଁବାକୁ ଲାଗିଲେ । ହଠାତ୍ ୩ ଜଣ ଯୁବତୀ ତଳେ ମୁହଁ ମାଡ଼ି ପଡିଯିବା ପରେ ହିଁ ସେମାନଙ୍କୁ ଝୁଣ୍ଟି ପଡି ଅନ୍ୟ ଲୋକ ବି ଜଣେ ପରେ ଜଣେ ପଡିବାକୁ ଲାଗିଲେ । କିଛି ସେମାନଙ୍କୁ ଉଠାଇବାକୁ ଚେଷ୍ଟା କଲାବେଳେ ଭିଡର ଲହଡି ପୂରା ସ୍ଥିତିକୁ ଅଣାୟତ୍ତ କରିଥିଲା ଯାହା ନିୟନ୍ତ୍ରଣ ବାହାରେ ଥିଲା । 

ଅଧିକ ପଢନ୍ତୁ-

ବେଙ୍ଗାଲୁରୁ ଦଳାଚକଟା ଘଟଣା ପରେ ମୁହଁ ଖୋଲିଲେ କୋହଲି: କହିଲେ- ମୁଁ ଶବ୍ଦହୀନ, ମୁଁ ମର୍ମାହତ...

ଭିଡ଼ ନିୟନ୍ତ୍ରଣ ପାଇଁ ସେଠାରେ ସେତେ ବି ପୋଲିସ ଫୋର୍ସ ନଥିଲେ । ଆଉ ଏହି ଯୁବତୀଙ୍କ ବିରାଟ କୋହଲିଙ୍କୁ ଦେଖିବାର ଝୁଙ୍କ ପାଇଁ ଏପରି ଏକ ଦଳାଟକଟା ହୋଇଗଲା ବୋଲି କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ସେପଟେ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି କୋହଲିଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଇନଷ୍ଟାଗ୍ରାମରେ ଲେଖି ଦୁଃଖ ପ୍ରକାଶ କରିଛନ୍ତି କୋହଲି । ଘଟଣାକୁ ନେଇ ବିରାଟ କହିଛନ୍ତି- ମୁଁ ଶବ୍ଦହୀନ, ମୁଁ ମର୍ମାହତ... ବେଙ୍ଗାଲୁରୁ ଦଳାଚକଟା ଘଟଣା ନେଇ ଆରସିବି ତରଫରୁ କରାଯାଇଥିବା ଏକ ପୋଷ୍ଟରେ କୋହଲି କମେଣ୍ଟ ଦେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ।