ବାଂଲାଦେଶରେ ଅହମଦାବାଦ୍ ଭଳି ଦୁର୍ଘଟଣା, ଉଡ଼ାଣ କରିବାର କିଛି ସମୟ ପରେ ଅଚଳ ହୋଇଥିଲା ବିମାନ

Advertisment
New Project (4)

ନୂଆଦିଲ୍ଲୀ: ଢାକାରେ ସୋମବାର ଏକ ସ୍କୁଲ ଉପରେ ବାଂଲାଦେଶ ବାୟୁ ସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଢାକାର ମାଇଲଷ୍ଟୋନ୍ ସ୍କୁଲ୍‌ ଆଣ୍ଡ୍‌ କଲେଜ୍‌ ଉପରେ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୨୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ୨୭ଜଣକ ମଧ୍ୟରେ ଏକାଧିକ ମୃତକ ଛାତ୍ର ଥିଲେ ବୋଲି ଜଣାଯାଇଛି। ଦୁର୍ଘଟଣା ଘଟିବା ବେଳେ ପାଠପଢ଼ା ଚାଲିଥିବାରୁ ସମସ୍ତେ ସ୍କୁଲ ଭିତରେ ଥିଲେ। ହଠାତ୍ ବିମାନଟି ଖସିପଡ଼ିବାରୁ କେହି ବାହାରକୁ ଯିବାକୁ ସୁଯୋଗ ପାଇନଥିଲେ।

ଏହି ଦୁର୍ଘଟଣାରେ ୨୭ଜଣକ ମୃତ୍ୟୁ ସହ ୧୭୦ଜଣ ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ର। କେତେକ ଲୋକଙ୍କ ଶରୀର ବହୁମାତ୍ରାରେ ପୋଡ଼ିଯାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବାୟୁସେନା, ଛାତ୍ର, ଅଭିଭାବକ, ଶିକ୍ଷକ ଏବଂ କର୍ମଚାରୀମାନଙ୍କର ଅପୂରଣୀୟ କ୍ଷତି ହୋଇଛି ବୋଲି ୟୁନୁସ୍‌ ‘ଏକ୍ସ’ରେ ପୋଷ୍ଟ୍‌ କରିଛନ୍ତି। ୟୁନୁସ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ କେତେକ ଜରୁରୀ ଟେଲିଫୋନ ନମ୍ବର ଜାରି କରାଯାଇଛି। 

ଅନେକଙ୍କୁ ଏପର୍ଯ୍ୟନ୍ତ ନିଜ ଆତ୍ମୀୟଙ୍କ ମୃତଦେହ ମିଳିନଥିବାରୁ ସେମାନେ ବିଭିନ୍ନ ହସ୍ପିଟାଲରେ ଖୋଲିବା ଆରମ୍ଭ କରିଛନ୍ତି। ଏହି ଘଟଣା ଠିକ୍ ଅହମଦାବାଦ୍‌ରେ ଘଟିଥିବା ବିମାନ ଦୁର୍ଘଟଣା ଭଳି।  ବାଂଲାଦେଶ ବାୟୁ ସେନାର ଲଢ଼ୁଆ ବିମାନ ଉଡ଼ାଣ କରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ମହମ୍ମଦ ତୌକିର ଇସଲାମ ନିୟନ୍ତ୍ରଣ ହରାଇଥିଲେ। ଏହା ପରେ ବିମାନଟି ମୃତ୍ୟୁ ହୋଇ ମାଇଲଷ୍ଟୋନ୍ ସ୍କୁଲ୍‌ ଆଣ୍ଡ୍‌ କଲେଜ୍‌ ଉପରେ ଖସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe