ଏୟାର ସୋ’ ପାଇଁ ଅଭ୍ୟାସ ବେଳେ ନିଆଁ ପିଣ୍ଡୁଳାରେ ପାଲଟିଲା ବିମାନ, ପାଇଲଟଙ୍କ ମୃତ୍ୟୁ

ପୋଲାଣ୍ଡରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଏୟାର ସୋ’ ପାଇଁ ଅଭ୍ୟାସ କରୁଥିବା ବେଳେ ଚାଲିଯାଇଛି ପାଇଲଟଙ୍କ ଜୀବନ। ଗୁରୁବାର ଅଗଷ୍ଟ ୨୮ତାରିଖରେ ଏହି ଘଟଣା ଘଟିଥିଲା ବୋଲି ଜଣାଯାଇଛି।

Untitled

ନୂଆଦିଲ୍ଲୀ: ପୋଲାଣ୍ଡରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଏୟାର ସୋ’ ପାଇଁ ଅଭ୍ୟାସ କରୁଥିବା ବେଳେ ଚାଲିଯାଇଛି ପାଇଲଟଙ୍କ ଜୀବନ। ଗୁରୁବାର ଅଗଷ୍ଟ ୨୮ତାରିଖରେ ଏହି ଘଟଣା ଘଟିଥିଲା ବୋଲି ଜଣାଯାଇଛି। ଏକ ଏୟାର ସୋ’ ପାଇଁ ଅଭ୍ୟାସ ଚାଲିଥିବା ସମୟରେ ପୋଲାଣ୍ଡ ବାୟୁସେନାର ଏକ ଏଫ୍-୧୬ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲଢ଼ୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଅଗ୍ନି ପିଣ୍ଡୁଳାରେ ପରିଣତ ହେବା ଫଳରେ ପୋଲାଣ୍ଡ ସେନା ପାଇଲଟଙ୍କ ମୃତ୍ୟୁ ହୋଇଛି। ପୋଲାଣ୍ଡର ଉପ-ପ୍ରଧାନମନ୍ତ୍ରୀ ଭ୍ଲାଡିସ୍ଲାଭ କୋସିନିଆକ-କାମିଜ ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ ବାୟୁସେନା ପାଇଁ ଏକ ବଡ଼ କ୍ଷତି ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ମଧ୍ୟ ପୋଲାଣ୍ଡର ରାଡୋମ ସହରରେ ଘଟିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ କରାଯାଇଥିବ‌ା ଏକ ପୋଷ୍ଟରେ ଭ୍ଲାଡିସ୍ଲାଭ କୋସିନିଆକ-କାମିଜ କହିଛନ୍ତି ଯେ, ମୁଁ ଘଟଣାସ୍ଥଳରେ ଅଛି। ଏକ ଏଫ୍-୧୬ ବିମାନ ଦୁର୍ଘଟଣାରେ ପୋଲାଣ୍ଡ ସେନାର ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ସେ ଜଣେ ଅଧିକାରୀ ଥିଲେ ଯିଏ ସର୍ବଦା ନିଷ୍ଠା ଏବଂ ସାହସର ସହିତ ଜନ୍ମଭୂମିର ସେବା କରିଥିଲେ। ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ପରିବାର ଏବଂ ପ୍ରିୟଜନଙ୍କ ପ୍ରତି, ମୁଁ ମୋର ଗଭୀର ସମବେଦନା ଜଣାଉଛି" ବୋଲି ସେ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe