ବାଇଡେନ ପ୍ରଶାସନର ପାକିସ୍ତାନ ପ୍ରେମ

Advertisment

ଏଫ୍‌-୧୬ ଯୁଦ୍ଧ ବିମାନ ସହାୟତା ଜାରି, ଆମେରିକା କହିଲା ସହାୟତା ନୁହେଁ, ବିକ୍ରି କରୁଛୁ

ଏଫ୍‌-୧୬ ଯୁଦ୍ଧ ବିମାନ ସହାୟତା ଜାରି, ଆମେରିକା କହିଲା ସହାୟତା ନୁହେଁ, ବିକ୍ରି କରୁଛୁ

ବାଇଡେନ ପ୍ରଶାସନର ପାକିସ୍ତାନ ପ୍ରେମ

ୱାସିଂଟନ୍‌ : ଜୋ ବାଇଡେନ୍‌ଙ୍କ ନେତୃତ୍ବାଧୀନ ଆମେରିକା ସରକାର ପାକିସ୍ତାନକୁ ୪୫୦ ମିଲିଅନ ଡଲାର ମୂଲ୍ୟର ଏଫ୍‌-୧୬ ଫାଇଟର ଜେଟ୍‌ ଫ୍ଲିଟ୍‌ ସଷ୍ଟେନମେଣ୍ଟ୍‌ ପ୍ରୋଗ୍ରାମ ଦେବାପାଇଁ ସ୍ବୀକୃତି ଦେଇଛି । ଏହି ସହାୟତା ଦ୍ବାରା ପାକିସ୍ତାନର ବାୟୁସେନା ଆହୁରି ସୁଦୃଢ଼ ହେବ ଏବଂ ପୂର୍ବରୁ ପାଇଥିବା ଏଫ୍‌ ୧୬ ଯୁଦ୍ଧ ବିମାନଗୁଡ଼ିକର ନବୀକରଣ ହୋଇପାରିବ। ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମୟରେ ପାକିସ୍ତାନକୁ ଏଭଳି ସୁରକ୍ଷା ସହାୟତା ବନ୍ଦ କରାଯାଇଥିଲା। ବାଇଡେନ୍‌ ପ୍ରଶାସନ ପାକିସ୍ତାନକୁ ପୁଣିଥରେ ସୁରକ୍ଷା ସହାୟତା ଦେବା ଆରମ୍ଭ କରିଥିବାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଜଣେ ଶୀର୍ଷ ଆମେରିକୀୟ କୂଟନୀତିଜ୍ଞ କହିଛନ୍ତି ଆମେରିକା କେବଳ ପାକିସ୍ତାନକୁ ଏଫ୍‌-୧୬ ଫ୍ଲିଟ୍‌ର କିଛି ଅଂଶ ବିକ୍ରି କରିଛି। ଆମେରିକା ସରକାର ପକ୍ଷରୁ ପାକିସ୍ତାନକୁ କୌଣସି ସହାୟତା ଦିଆଯାଇ ନାହିଁ। ଦକ୍ଷିଣ ଏସିଆ ପାଇଁ ଆମେରିକାର ବିଦେଶ ବ୍ୟାପାର ସହକାରୀ ସଚିବ ଡୋନାଲ୍ଡ ଲୁ କହିଛନ୍ତି, ପାକିସ୍ତାନକୁ ଆମେ ଦେଇଥିବା ଏଫ୍‌-୧୬ ଫାଇଟର ‌ଜେଟ୍‌ର ରକ୍ଷଣାବେକ୍ଷଣ ପାଇଁ କିଛି ସ୍ପେୟାର ପାର୍ଟ‌୍ସ ବିକ୍ରି ହୋଇଛି। ପାକିସ୍ତାନକୁ କୌଣସି ପ୍ରକାର ସୁରକ୍ଷା ସହଯୋଗ କରାଯାଇ ନାହିଁ ବୋଲି ଆମେରିକା କହିଛି। ତେବେ ବାଇଡେନ ପ୍ରଶାସନ ପାକିସ୍ତାନ ପ୍ରତି ଦରଦ ଦେଖାଇ ବିଭିନ୍ନ ସହାୟତା କାର୍ଯ୍ୟକ୍ରମ ପୁଣି ଥରେ ଆରମ୍ଭ କରିଥିବା ପ୍ରମାଣ ମିଳିସାରିଥିବାରୁ ଭାରତ ଏହା ଉପରେ ସତର୍କ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe