ଆମେରିକାରେ ଖସିପଡ଼ିଲା ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଗଲେ ପାଇଲଟ୍

କାଲିଫର୍ଣ୍ଣିଆର ନାଭାଲ ଏୟାରବେସ୍ ଷ୍ଟେସନରେ ଖସିପଡ଼ିବା ଫଳରେ ଯୁଦ୍ଧବିମାନଟି ଜଳିଯାଇଛି । ଦୁର୍ଘଟଣା ପରେ ବିରାଟ୍ ନିଆଁ ପିଣ୍ଡୁଳା ଆକାଶକୁ ଉଠିଥିବା ଦେଖିବାକୁ ମିଳିଥିବା ବେଳେ ଚାରିଆଡ଼େ ଖେଳିଯାଇଥିଲା କଳା ଧୂଆଁ । 

plane

ଓ୍ଵାସିଂଟନଡିସି: ଖସିପଡ଼ିଲା ଯୁଦ୍ଧ ବିମାନ । ଆମେରିକାରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ଫାଇଟର ଜେଟ୍ ଏଫ-୩୫ ଦୁର୍ଘଟଣାର ଶିକାର । କାଲିଫର୍ଣ୍ଣିଆର ନାଭାଲ ଏୟାର ବେସ୍ ଷ୍ଟେସନରେ ଖସିପଡ଼ିବା ଫଳରେ ଯୁଦ୍ଧବିମାନଟି ଜଳିଯାଇଛି । ଦୁର୍ଘଟଣା ପରେ ବିରାଟ୍ ନିଆଁ ପିଣ୍ଡୁଳା ଆକାଶକୁ ଉଠିଥିବା ଦେଖିବାକୁ ମିଳିଥିବା ବେଳେ ଚାରିଆଡ଼େ ଖେଳିଯାଇଥିଲା କଳା ଧୂଆଁ । 

ତେବେ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସବୁଠାରୁ ଆଶ୍ବସ୍ତିର ଖବର ହେଉଛି ବିମାନର ପାଇଟଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖସି ପଡୁଥିବା ବିମାନରୁ ନିଜକୁ ସୁରକ୍ଷିତ ଭାବେ ମୁକୁଳାଇ ନେଇଛନ୍ତି । ଏନେଇ ନେଭି ପକ୍ଷରୁ ଏକ ପ୍ରେସମିଟ ଜରିଆରେ ସୂଚନା ଦିଆଯାଇଛି । ଗତକାଲି ସଂଧ୍ୟା ସାଢେ ୬ଟା ରେ ଏହି ଦୁର୍ଘଟଣା ଘଟିଛି । କାହିଁକି ଏଭଳି ଘଟିଲା ତାର ତଦନ୍ତ ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe