ନୂଆଦିଲ୍ଲୀ: ସିବିଆଇରେ ଚାଲିଥିବା ଆଭ୍ୟନ୍ତରୀଣ ବିବାଦ ଏବେ ଜଟିଳ ସ୍ଥିତିରେ ଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଅର୍ଥ ମନ୍ତ୍ରାଳୟରେ ମଧ୍ୟ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ୨ଜି ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଯୁଗ୍ମ ନିର୍ଦ୍ଦେଶକ ରାଜେଶ ସିଂହ ଗତ ଜୁନ୍ ୧୧ରେ ଦେଶର ଅର୍ଥ ସଚିବ ହସମୁଖ ଆଧିଆଙ୍କ ବିରୋଧରେ ଏକ କଡ଼ା ଚିଠି ଲେଖିଥିଲେ। ସରକାରଙ୍କୁ ଲେଖିଥିବା ୮ ପୃଷ୍ଠାର ପତ୍ରରେ ରାଜେଶ୍ବର ହସମୁଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଚିଠିରେ ହସମୁଖଙ୍କୁ ସର୍ବାଧିକ ଦୁର୍ନୀତିଗ୍ରସ୍ତ ବୋଲି ସେ ଦର୍ଶାଇଛନ୍ତି। ରାଜେଶ୍ବର କହିଛନ୍ତି ଯେ ମନ୍ତ୍ରାଳୟର ସମସ୍ତ ମାପଦଣ୍ଡ ଆଧାରରେ ନିଜର େଯାଗ୍ୟତା ପ୍ରମାଣିତ କରିଥିଲେ ମଧ୍ୟ ତାଙ୍କୁ ପଦୋନ୍ନତି ଦିଆଯାଇ ନଥିଲା। ଅର୍ଥ ସଚିବ ତାଙ୍କ ସହଯୋଗୀଙ୍କ ପକ୍ଷ ନେଇ ତାଙ୍କ ପ୍ରତି ଅନ୍ୟାୟ କରିଥିବା ସେ କହିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷାକୁ ମଧ୍ୟ ଅର୍ଥ ସଚିବ ଅଣଦେଖା କରି ଅନେକ ପଦକ୍ଷେପ ଅହଙ୍କାରରେ ନେଇଛନ୍ତି ବୋଲି ରାଜେଶ୍ବର କହିଛନ୍ତି। ଅନ୍ୟପକ୍ଷରେ ରାଜେଶ୍ବର ସିଂହଙ୍କ ବିରୋଧରେ ଦୁବାଇର ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିବା ଅଭିଯୋଗ ଏବେ ସୁପ୍ରିମ୍ କୋର୍ଟକୁ ଯାଇଛି । ରାଜେଶ୍ବର ତାଙ୍କ ବିିରୋଧରେ ଆସିଥିବା ଅଭିଯୋଗକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରାଜେଶ୍ବରଙ୍କ ବିରୋଧରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଛି।
ଇଡି ଏବଂ ଅର୍ଥ ମନ୍ତ୍ରାଳୟରେ ବି ସଙ୍କଟ, ଦୁଇ ବଡ଼ ଅଫିସର ମୁହାଁମୁହିଁ
Advertisment
Follow Us