ଫେସ୍‌ବୁକ୍‌ ସତର୍କ କରାଇବାରୁ ନାବାଳିକାଙ୍କୁ ଆତ୍ମହତ୍ୟାରୁ ନିବୃତ କଲା ପୁଲିସ

Advertisment
ଫେସ୍‌ବୁକ୍‌ ସତର୍କ କରାଇବାରୁ ନାବାଳିକାଙ୍କୁ ଆତ୍ମହତ୍ୟାରୁ ନିବୃତ କଲା ପୁଲିସ

ଗୌହାଟି: ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଫେସ୍‌ବୁକ୍‌ ମୁଖ୍ୟାଳୟରୁ ସତର୍କ ସୂଚନା ପାଇ ସୋମବାର ଦିନ ପୁଲିସ ଆସାମର ଜଣେ ନାବାଳିକାକୁ ଆତ୍ମହତ୍ୟା କରିବାରୁ ନିବୃତ କରିଛି। ସେ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ଇଚ୍ଛା ପ୍ରକାଶ କରିଥିଲା।
ଡିଜିପି କୁଳଧର ସାଇକିଆ କହନ୍ତି: ସୋମବାର ଦିନ ଫେସ୍‌ବୁକ୍‌ ମୁଖ୍ୟାଳୟ ରାଜ୍ୟ ପୁଲିସକୁ ସୂଚନା ଦେଲା ଯେ ଜଣେ ନାବାଳିକା ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି। ରାଜ୍ୟ ପୁଲିସ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇ ବାଳିକାଟିକୁ ରକ୍ଷା କଲା।

ଫେସ୍‌ବୁକ୍‌ରେ ବାଳିକା ଜଣକ ଲେଖିଥିଲେ ଯେ ଆଜି ସେ ଆତ୍ମହତ୍ୟା କରିବାକୁ ଯାଉଛି। ତାଙ୍କୁ ଓ ତାଙ୍କ ପରିବାରକୁ କାଉନ୍‌ସେଲିଙ୍ଗ୍‌ କରାଗଲା। ଏଥିସହ ପୋଷ୍ଟ୍‍ଟିକୁ କାଢ଼ି ନେବାକୁ ସେ ଝିଅଟିକୁ ଉପଦେଶ ଦିଆଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଜାନୁଆରି ମାସରେ ସହର ଉପକଣ୍ଠସ୍ଥିତ ଆଜରାର ଜଣେ ନାବାଳକ ମଧ୍ୟ ସେମିତି ଏକ ପୋଷ୍ଟ୍‍ କରିଥିଲେ। ଫେସ୍‌ବୁକ୍‌ କର୍ତ୍ତୃପକ୍ଷମାନେ ସଜାଗ କରାଇବାରୁ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe