Image Source: Hindustan Times
ୟାଙ୍ଗୋନ୍: ବର୍ମା ଭାଷାରୁ ଇଂରାଜୀ ଭାଷାକୁ ଅନୁବାଦ କରିବା ସମୟରେ ଚୀନ୍ର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ନାମକୁ ‘ମିଷ୍ଟର୍ ଶିଥୋଲ୍’ କରିପକାଇଥିବା କାରଣରୁ ଶନିବାର ଦିନ ‘ଫେସ୍ବୁକ୍ ଇନ୍କର୍ପୋରେଟେଡ୍’ କ୍ଷମା ପ୍ରାର୍ଥନା କରିଛି। ଏହି ତ୍ରୁଟିକୁ ସଂଶୋଧନ କରାଯାଇଥିବା କଥା ମଧ୍ୟ ଫେସ୍ବୁକ୍ ଜଣାଇଛି।
ଚୀନ୍ର ରାଷ୍ଟ୍ରପତିଙ୍କ ବର୍ମା ଗସ୍ତର ଦ୍ୱିତୀୟ ଦିନ ଏହି ତ୍ରୁଟି ଜଣାପଡ଼ିଥିଲା। ସେଦିନ ବର୍ମାର ନେତା ଅଙ୍ଗ୍ ସାନ୍ ସୁ ଚି ଏବଂ ଜି ଜିନ୍ପିଙ୍ଗ୍ କେତେଗୁଡ଼ିଏ ରାଜିନାମାରେ ସ୍ୱାକ୍ଷର କରିଥିଲେ। ଜି ଜିନ୍ପିଙ୍ଗ୍ଙ୍କ ଗସ୍ତ ସଙ୍କ୍ରାନ୍ତରେ ବର୍ମା ଭାଷାରେ ଏକ ବିବୃତି ସୁ ଚିଙ୍କ ଅଫିସିଆଲ୍ ଫେସ୍ବୁକ୍ରେ ପ୍ରକାଶ ପାଇଥିଲା। ଏହାକୁ ଇଂରାଜୀ ଅନୁବାଦ କରାଯିବା ବେଳେ ଜି ଜିନ୍ପିଙ୍ଗ୍ଙ୍କ ନାଁ ବଦଳି ଯାଇ ‘ମିଷ୍ଟର୍ ଶିଥୋଲ୍’ ହୋଇଯାଇଥିଲା। ସ୍ଥାନୀୟ ଖବରକାଗଜ ‘ଇରାଓ୍ଵାଡି’ ମଧ୍ୟ ଫେସ୍ବୁକ୍ରୁ ତଥ୍ୟ ସଂଗ୍ରହ କରି ଲେଖିଥିଲା: ‘ଡିନ୍ର୍ ଅନର୍ସ ପ୍ରେଜିଡେଣ୍ଟ୍ ଶିଥୋଲ୍’।
Image Courtesy of The Reutersକିନ୍ତୁ ବର୍ମା ଭାଷାରୁ ଇଂରାଜୀକୁ ଅନୁବାଦ ହେବା ସମୟରେ କାହିଁକି ଏ ଭଳି ତ୍ରୁଟି ହେଲା ତାହା ଜଣାପଡ଼ି ନାହିଁ। କିନ୍ତୁ, ଏହାର ପ୍ରତିକାର କରାଯାଇଛି ଏବଂ ଭବିଷ୍ୟତରେ ଏ ଭଳି ଭୁଲ୍ ହେବ ନାହିଁ ବୋଲି ଫେସ୍ବୁକ୍ ପ୍ରତିଶ୍ରୁତି ଦେଇଛି।
Follow Us