‘ହେଟ୍‌-ସ୍ପିଚ୍‌’ ବିବାଦ ‌ରିପୋର୍ଟରେ ତାଲିକାଭୁକ୍ତ ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଷିଦ୍ଧ କଲା ଫେସ୍‌ବୁକ୍

‘ହେଟ୍‌-ସ୍ପିଚ୍‌’ ବିବାଦ ‌ରିପୋର୍ଟରେ ତାଲିକାଭୁକ୍ତ ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଷିଦ୍ଧ କଲା ଫେସ୍‌ବୁକ୍

Image Courtesy of Zee News

ନୂଆଦିଲ୍ଲୀ: ଘୃଣା ଓ ହିଂସା ଉଦ୍ରେକକାରୀ କଥାବସ୍ତୁ ପ୍ରସାର କରି ଫେସ୍‌ବୁକ୍‌ର ନୀତି ଉଲ୍ଲଂଘନ କରିଥିବା ଶାସକ ଦଳ ‘ବିଜେପି’ର ବିଧାୟକ ଟି ରାଜା ସିଂହଙ୍କୁ ନିଷିଦ୍ଧ କରାଯାଇଥିବା କଥା ଫେସ୍‌ବୁକ୍ର ଜଣେ ମୁଖପାତ୍ର କହିଛନ୍ତି। ‘ହେଟ୍‌-ସ୍ପିଚ୍’ ବା ‘ଘୃଣ୍ୟ ଅଭିବ୍ୟକ୍ତି’ ଉପରେ ‘ଫେସ୍‌ବୁକ୍‌’ର ନୀତି ପ୍ରସଙ୍ଗକୁ ଆଧାର କରି ତେଲେଙ୍ଗାନାର ଏକମାତ୍ର ବିଜେପି ବିଧାୟକ ବିବାଦର କେନ୍ଦ୍ର ପାଲଟିଥିଲେ।

ଗଣମାଧ୍ୟମକୁ ଦେଇଥିବା ବିବୃତିରେ ‌‘ଫେସ୍‌ବୁକ୍‌’ର ମୁଖପାତ୍ର କହିଛନ୍ତି, ଆମ ନୀତି ଉଲ୍ଲଂଘନ କରିଥିବା କାରଣରୁ ଆମେ ରାଜା ସିଂହଙ୍କୁ ଫେସ୍‌ବୁକ୍‌ରୁ ନିଷିଦ୍ଧ କରିଛୁ। ଆମ ପ୍ଲାଟ୍‌ଫର୍ମରେ ଉପସ୍ଥିତ ରହି ଯେଉଁମାନେ ହିଂସା ଓ ଘୃଣାର ପ୍ରସାର କରନ୍ତି କିଂବା ସେସବୁରେ ଲିପ୍ତ ରହନ୍ତି ଆମ ନୀତି ଅନୁସାରେ ସେମାନଙ୍କୁ ନିଷେଧ କରାଯାଇଥାଏ।  ଉଲ୍ଲଂଘନକାରୀଙ୍କୁ ମୂଲ୍ୟାୟନ କରାଯିବା ପ୍ରକ୍ରିୟା ଅତି ବ୍ୟାପକ। ତାହାକୁ ଆଧାର କରି ତାଙ୍କ ଆକାଉଣ୍ଟ୍‌ ହଟାଇବାକୁ ଫେସ୍‌ବୁକ୍ ନିଷ୍ପତ୍ତି ନେଇଛି।

publive-image Image Courtesy of India Today

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଟି ରାଜା କହିଛନ୍ତି, ସେ ଫେସ୍‌ବୁକ୍‌ରେ ନ ଥିବାରୁ ତାଙ୍କୁ ନିଷିଦ୍ଧ କରାଯିବା ଅପ୍ରାସଙ୍ଗିକ। ଟୁଇଟ୍ କରି ସେ ଲେଖିଛନ୍ତି, ମୋର ତଥାକଥିତ ବିବାଦୀୟ ବକ୍ତବ୍ୟ ନିମନ୍ତେ ଫେସ୍‌ବୁକ୍‌ ଦ୍ବାରା ନିଷିଦ୍ଧ ହୋଇଥିବା ଖବର ଗଣମାଧ୍ୟମ ଜରିଆରେ ପାଇଛି। ମୁଁ ସ୍ପଷ୍ଟ କରାଇଦେବାକୁ ଚାହେଁ ଯେ, ଏପ୍ରିଲ୍ ୨୦୧୯ରୁ ମୁଁ ଫେସ୍‌ବୁକ୍ ବ୍ୟବହାର କରୁନାହିଁ। ତେଣୁ ମତେ ନିଷିଦ୍ଧ କରିବା ଅପ୍ରସଙ୍ଗିକ।

ଏଠାରେ ସୂଚନାଯୋଗ୍ୟ କି, ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜାଙ୍କୁ ଫେସ୍‌ବୁକ୍‌ରୁ ନିଷିଦ୍ଧ କରାଯାଇଥିବା ରିପୋର୍ଟ ଆଜି ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ପ୍ରକାଶ କରିଛି। ପୂର୍ବରୁ ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ପ୍ରକାଶ କରିଥିଲା କି, ଫେସ୍‌ବୁକ୍ ଶାସକ ଦଳର ସଦସ୍ୟଙ୍କର ପକ୍ଷପାତ କରୁଥିବାରୁ ସେମାନେ ‘ହେଟ୍‌-ସ୍ପିଚ୍’ ପୋଷ୍ଟ୍‌ କରୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe