କମ୍ପାନି ନାମ ବଦଳାଇ ‘ମେଟା’ ରଖିଲା ‘ଫେସ୍‌ବୁକ୍‌’

ମେଟା ଉପରେ ୩୯୦ ନିୟୁତ ୟୁରୋ ଜରିମାନା

Image Courtesy of The Verge

ନୂଆଦିଲ୍ଲୀ: ଗୁରୁବାର ଦିନ ‘ଫେସ୍‌ବୁକ୍‌ ଇନ୍‌କର୍ପୋରେଟେଡ୍‌’ର ସହ-ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାର୍କ ଜୁକର୍‌ବର୍ଗ କହିଛନ୍ତି ଯେ, ଏଥର ତାଙ୍କ କମ୍ପାନି ‘ମେଟା ପ୍ଲାଟ୍‌ଫର୍ମସ୍‌ ଇନ୍‌କର୍ପୋରେଟେଡ୍‌’ ବା ସଂକ୍ଷେପରେ ‘ମେଟା’ ଭାବେ ପରିଚୟ ପାଇବ। ‘ମେଟାଭର୍ସ’ ଭାବେ ସୁପରିଚିତ ‘ଡିଜିଟାଲ୍‌ ଓ୍ଵାର୍ଲଡ୍‌’ ପ୍ରତି ଦୃଷ୍ଟି ଦିଆଯାଇ କମ୍ପାନିର ଏଭଳି ନାମ କରଣ କରାଯାଇଥିବା କଥା ସେ କହିଛନ୍ତି।

ସୂଚନାଯୋଗ୍ୟ, ଦୁର୍ଦ୍ଦଶାଗ୍ରସ୍ତ ଜନତାଙ୍କ ଜୀବନ ଉପରେ ଆଧାରିତ ୧୯୯୨ ମସିହାର ଉପନ୍ୟାସ ‘ସ୍ନୋ କ୍ରାସ୍‌’ରେ ଲେଖକ ନିଲ୍‌ ଷ୍ଟିଫେନ୍‌ସନ୍‌ ‘ମେଟାଭର୍ସ’ ଶବ୍ଦ ବ୍ୟବହାର କରିଥିଲେ। ଏଥିରେ କମ୍ପୁଟର୍‌ ଖେଳ ଭଳି ଗୋଟାଏ ‘ଡିଜିଟାଲ୍‌ ଦୁନିଆ’ରେ ଆଳାପଆଲୋଚନା ପାଇଁ ଲୋକେ ‘ଭର୍ଚ୍ୟୁଆଲ୍‌ ରିଅଲିଟି ହେଡ୍‌ସେଟ୍‌’ ପରିଧାନ କରିଛନ୍ତି। ଜୁକର୍‌ବର୍ଗ ମଧ୍ୟ ‘ମେଟାଭର୍ସ’କୁ ‘ଭର୍ଚ୍ୟୁଆଲ୍‌ ସଂସାର’ ଭାବେ ବର୍ଣ୍ଣନା କରିଛନ୍ତି।

publive-image Image Courtesy of Pakki Khabar

କମ୍ପାନିର ‘ଲାଇଭ୍‌-ଷ୍ଟ୍ରିମ୍‌ଡ୍‌ ଭର୍ଚ୍ୟୁଆଲ୍‌’ରେ ଉଦ୍‌ବୋଧନ ଦେବା ବେଳେ ଜୁକର୍‌ବର୍ଗ କହିଛନ୍ତି, ଆଜିଠାରୁ ଆମ କମ୍ପାନିର ନାଁ ‘ମେଟା’ ହେବା କଥା ଘୋଷଣା କରି ମୁଁ ଗୌରବାନ୍ଵିତ ମନେକରୁଛି। ଜନତାଙ୍କୁ ଏକତ୍ର କରୁଥିବା ଆମର ‘ଆପ୍‌ସ୍‌’ ଏବଂ ସେମାନଙ୍କର ‘ବ୍ରାଣ୍ଡ୍‌’ ବଦଳିବ ନାହିଁ। ଆମର ‘ମିସନ୍‌’ ବା ଲକ୍ଷ୍ୟ ମଧ୍ୟ ପୂର୍ବପରି ରହିବ।

ସେ ଆହୁରି ମଧ୍ୟ କହିଛନ୍ତି, କମ୍ପାନି ଯାହା କିଛି କରୁଛି, ସେ ସବୁ ‘ଫେସ୍‌ବୁକ୍‌’ ମଧ୍ୟରେ ସୀମିତ ରହିବ ନାହିଁ। ଆଜି ଆମେ ଏକ ସାମାଜିକ ଗଣମାଧ୍ୟମ କମ୍ପାନି ଭାବେ ପରିଦୃଶ୍ୟ ହେଉଛୁ ସତ କିନ୍ତୁ, ଜନସାଧରଣଙ୍କ ମଧ୍ୟରେ ସମ୍ପର୍କ ରଖିବାର ପ୍ରଯୁକ୍ତିବିଦ୍ୟା ନିର୍ମାଣ କରିବା ହେଉଛି ଆମ କମ୍ପାନିର ବୈଶିଷ୍ଟ୍ୟ।

‘ଫେସ୍‌ବୁକ୍‌ ଆପ୍‌’, ‘ଇନ୍‌ଷ୍ଟାଗ୍ରାମ୍‌’, ‘ହ୍ଵଟ୍ସ୍‌ଆପ୍‌’ ଏବଂ ‘ମେସେଞ୍ଜର’ ଆଦିର ନାମ ପରିବର୍ତ୍ତନ କରାଯିବ ନାହିଁ। କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ କମ୍ପାନିର ‘କର୍ପୋରେଟ୍‌ ଷ୍ଟ୍ରକ୍‌ଚର୍‌’ ମଧ୍ୟ ବଦଳିବ ନାହିଁ। କିନ୍ତୁ, ଡିସେମ୍ବର ୧ ତାରିଖରୁ ନୂଆ ‘ଟିକର୍‌ ସିମ୍ବଲ୍‌ ଏମ୍‌ଭିଆର୍‌ଏସ୍‌’ ଥାଇ କମ୍ପାନିର ‘ଷ୍ଟକ୍‌’ ବ୍ୟବସାୟ ଆରମ୍ଭ ହେବ।

ଗୁରୁବାର ଦିନ କାଲିଫର୍ଣ୍ଣିଆର ମିନ୍‌ଲୋ ପାର୍କରେ ଥିବା ମୁଖ୍ୟାଳୟରେ କମ୍ପାନିର ନୂଆ ସଙ୍କେତ ଉନ୍ମୋଚନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe