Image Courtesy of India Today
ୱାସିଂଟନ୍: ୟୁକ୍ରେନ୍ ଆକ୍ରମଣ କରିଥିବା ହେତୁ ରୁଷୀୟ ସେନାଙ୍କ ବିରୋଧରେ ହିଂସା ଉଦ୍ରେକ କରିବା ଭଳି ବିବୃତି ଉପରେ ଲାଗିଥିବା କଟକଣାକୁ ସାମୟିକ ଭାବେ କୋହଳ କରାଯାଇଥିବା କଥା ଗୁରୁବାର ଦିନ ‘ଫେସ୍ବୁକ୍’ କହିଛି। ‘ରୁଷୀୟ ଆକ୍ରମଣକାରୀମାନଙ୍କର ମରଣ ହେଉ’, ‘ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଅଥବା ବେଲାରୁଷୀୟ ରାଷ୍ଟ୍ରପତି ଆଲେକଜେଣ୍ଡାର୍ ଲୁକାଶେଙ୍କୋଙ୍କର ମରଣ ହେଉ’ ଭଳି ବକ୍ତବ୍ୟଗୁଡ଼ିକୁ ଫେସ୍ବୁକ୍ ଅନୁମତି ଦେଇଛି କିନ୍ତୁ, କୌଣସି ସାଧାରଣ ନାଗରିକଙ୍କ ପ୍ରତି ଧମକପୂର୍ଣ୍ଣ ପୋଷ୍ଟ୍କୁ ଅନୁମତି ଦିଆଯାଇ ନାହିଁ ବୋଲି ‘ଫେସ୍ବୁକ୍’ ସ୍ପଷ୍ଟ କରି ଦେଇଛି।
ଏ ସଂକ୍ରାନ୍ତ ବିବୃତିରେ ‘ଫେସ୍ବୁକ୍’ର ପ୍ୟାରେଣ୍ଟ୍ କମ୍ପାନି ‘ମେଟା’ କହିଛି, ରୁଷ୍ ୟୁକ୍ରେନ୍ ଆକ୍ରମଣ କରିଥିବାରୁ କେତେକ ରାଜନୈତିକ ବିବୃତି ଉପରୁ କଟକଣା କୋହଳ କରିଛୁ। ଅବଶ୍ୟ ଏଭଳି ବକ୍ତବ୍ୟ ସବୁ ଆମର ‘ହିଂସା ଉଦ୍ରେକକାରୀ ଭାଷଣ’ ନିମନ୍ତେ ଥିବା କଟକଣା ଉଲ୍ଲଂଘନ କରୁଛି। ଦୃଷ୍ଟାନ୍ତ ସ୍ବରୂପ ‘ରୁଷୀୟ ଆକ୍ରମଣକାରୀଙ୍କର ମରଣ ହେଉ’ ଭଳି ବକ୍ତବ୍ୟକୁ ପୋଷ୍ଟ୍ କରିବାକୁ ଅନୁମତି ମିଳିଥିଲେ ବି ସାଧାରଣ ରୁଷୀୟ ନାଗରିକଙ୍କ ପ୍ରତି କୌଣସି ହିଂସା ଉଦ୍ରେକକାରୀ ଅଭିଭାଷଣ ବା ବିବୃତିକୁ ଅନୁମତି ଦେଇନାହୁଁ।
Image Courtesy of NDTV‘ଫେସ୍ବୁକ୍’ କୋହଳ କରିଥିବା କଟକଣା ସବୁ ଆର୍ମେନିଆ, ଆଜେର୍ବୈଜାନ୍, ଏସ୍ତୋନିଆ, ଜର୍ଜିଆ, ହଙ୍ଗେରି, ଲାଟଭିଆ, ଲିଥୁଆନିଆ, ପୋଲାଣ୍ଡ୍, ରୋମାନିଆ, ରୁଷ୍, ସ୍ଲୋଭାକିଆ ଏବଂ ୟୁକ୍ରେନ୍ ପ୍ରତି ପ୍ରଯୁଜ୍ୟ ବୋଲି ଗୋଟାଏ ଇ-ମେଲ୍ରୁ ଜଣାପଡ଼ିଛି।
ୟୁକ୍ରେନ୍ ଆକ୍ରମଣ କରିଥିବାରୁ ରୁଷ୍କୁ ଶାସ୍ତି ଦେବା ପାଇଁ ‘ଫେସ୍ବୁକ୍’ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟ ସାମାଜିକ ଗଣମାଧ୍ୟମ କମ୍ପାନି ସବୁ ରୁଷ୍ ବିରୋଧରେ କଟକଣା ଜାରି କରିଛନ୍ତି। ମସ୍କୋ ମଧ୍ୟ ଟୁଇଟର୍ ଭଳି ସାମାଜିକ ଗଣମାଧ୍ୟମକୁ ବ୍ଲକ୍ କରିଛି।
Follow Us