ନିଜ କର୍ମଚାରୀଙ୍କୁ ୨୦୨୧ ପର୍ଯ୍ୟନ୍ତ ଘରୁ କାମ କରିବାର ସୁବିଧା ଦେଲା ଫେସବୁକ୍

ନିଜ କର୍ମଚାରୀଙ୍କୁ ୨୦୨୧ ପର୍ଯ୍ୟନ୍ତ ଘରୁ କାମ କରିବାର ସୁବିଧା ଦେଲା ଫେସବୁକ୍

CRN

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ସଂକ୍ରମଣକୁ ରୋକିବା ପାଇଁ ପ୍ରଥମେ କର୍ମଚାରୀମାନଙ୍କୁ 'ୱାର୍କ ଫ୍ରମ ହୋମ'ର ସୁବିଧା ଦେଇଥିଲେ ବିଭିନ୍ନ କମ୍ପାନି। ଏବେ ଲାକଡାଉନ ଖୋଲିବା ସହ ଅଫିସକୁ କର୍ମଚାରୀମାନେ କାମ କରିବାକୁ ଆସୁଥିବା ବେଳେ ଏ ମଧ୍ୟରେ ଫେସବୁକ୍  ଏକ ବଡ଼ ନିଷତ୍ତି ନେଇଛି। କମ୍ପାନୀ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେଇଛି | କେବଳ ଏତିକି ନୁହେଁ, ଘରେ ଅଫିସ କାର୍ଯ୍ୟାଳୟ ପାଇଁ କମ୍ପାନୀ କର୍ମଚାରୀଙ୍କୁ ୧ ହଜାର ଡଲାର ମଧ୍ୟ ଦେବ। ଫେସବୁକ ଆହୁରି ମଧ୍ୟ କହିଛି ଯେ, କମ୍ପାନି ଏକ ସୀମିତ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଖୋଲିପାରିବ ଏବଂ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟାଳୟ ଆରମ୍ଭ ହେବ।

Facebook, Twitter, Shopify: Why companies think work from home is ... The Week

ଗୁରୁବାର ଦିନ ଫେସବୁକର ମୁଖପାତ୍ର କହିଛନ୍ତି ଯେ, କରୋନୋଭାଇରସ୍ ଆକ୍ରାନ୍ତ ହେତୁ ଫେସବୁକର କର୍ମଚାରୀମାନେ ଜୁଲାଇ ୨୦୨୧ପର୍ଯ୍ୟନ୍ତ ଘରୁ କାମ କରିବାର ସୁବିଧା ପାଇବେ ଏବଂ ଘରେ ଅଫିସ୍ କରିବା ପାଇଁ ଥିବା ଆବଶ୍ୟକତାକୁ ପୂରଣ କରିବାକୁ ସେମାନଙ୍କୁ  ୧,୦୦୦ଡଲାର ଦେବ ଫେସବୁକ୍। ନିକଟରେ କମ୍ପାନି ଅନ୍ୟ ବୃହତ ଟେକ୍ନୋଲୋଜି କମ୍ପାନୀଗୁଡିକ ମଧ୍ୟ ଏହି ସମାନ ପଦକ୍ଷପ ନେଇଥିବା ବେଳେ ଫେସବୁକ୍ ଏବେ ସମାନ ବାଟ ଆପଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe