ରାହୁଲ, ଥରୁରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଅଭିଯୋଗ, ୨ରେ ହାଜର ହେବାକୁ ଫେସବୁକ୍‌କୁ ନୋଟିସ୍‌

ରାହୁଲ, ଥରୁରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଅଭିଯୋଗ, ୨ରେ ହାଜର ହେବାକୁ ଫେସବୁକ୍‌କୁ ନୋଟିସ୍‌

Image Source: Just Dial

ନୂଆଦିଲ୍ଲୀ: :ଭାରତରେ ବିଜେପି ନେତାଙ୍କୁ ଫେସବୁକ୍ ଅନୁଗ୍ରହ ଦେଖାଉଥିବା ସଂପର୍କିତ ଏକ ରିପୋର୍ଟ ଆମେରିକା ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି। ପୂର୍ବରୁ ଏହି ମାମଲାରେ କଂଗ୍ରେସ ନେତା ଶଶି ଥରୁର ବିଜେପି ଏମ୍‌ପି ନିଶିକାନ୍ତ ଦୁବେଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିବାବେଳେ ଆଜି ନିଶିକାନ୍ତ ଉଭୟ ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ସଂସଦର ସୂଚନା ପ୍ରଯୁକ୍ତି ସ୍ଥାୟୀ କମିଟି ଅଧ୍ୟକ୍ଷ ପଦରୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ହଟାଇବା ପାଇଁ ମଧ୍ୟ ନିଶିକାନ୍ତ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଆଉ ଏକ ଚିଠି ଲେଖିଛନ୍ତି।

ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଏହି ପ୍ରସଙ୍ଗକୁ କମିଟିରେ ପ୍ରଥମେ ଆଲୋଚନା କରାଯିବାର ଆବଶ୍ୟକତା ଥିଲା ବୋଲି ‌ମନ୍ତବ୍ୟ ଦେଇଛନ୍ତି। ଏସବୁ ସତ୍ତ୍ବେ ଆସନ୍ତା ୨ ତାରିଖରେ ହାଜର ହେବା ପାଇଁ ସଂସଦୀୟ କମିଟି ‌ଫେସବୁକ୍‌କୁ ନୋଟିସ କରିଛି। ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ଅଧିକାରୀଙ୍କୁ ମଧ୍ୟ ହାଜର ହେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe