ଦୁଇ ବର୍ଷ ପାଇଁ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ ବାତିଲ କଲା ‘ଫେସ୍‌ବୁକ୍‌’

ଟ୍ରମ୍ପଙ୍କୁ କଂଗ୍ରେସ କମିଟିର ସମନ

Image Courtesy of Reuters

ୱାସିଂଟନ୍: ଶୁକ୍ରବାର ଦିନ ‘ଫେସ୍‌ବୁକ୍‌’ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ଅନ୍ୟୂନ ଜାନୁଆରି ୨୦୨୩ ପର୍ଯ୍ୟନ୍ତ ବାତିଲ କରିଛି। ଭବିଷ୍ୟତରେ ନିୟମ ଭଙ୍ଗକାରୀ ବିଶ୍ବ ନେତାଙ୍କ ପ୍ରତି କମ୍ପାନି କି ଭଳି ଆଚରଣ କରିବ ଉପରୋକ୍ତ ନିଷ୍ପତ୍ତି ତା’ର ନିଦର୍ଶନ ବୋଲି ମନେହେଉଛି।

ମେ ମାସରେ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ର ସ୍ବାଧୀନ ତଦନ୍ତକାରୀ ବୋର୍ଡ ଡୋନାଲ୍‌ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ ବ୍ଲକ୍‌ କରାଯାଇଥିବା ନିଷ୍ପତ୍ତିକୁ କାଏମ ରଖିଥିଲା। ଜାନୁଆରି ୬ ତାରିଖ ଦିନ ‘ୟୁଏସ୍‌ କ୍ୟାପିଟଲ୍‌’ ଘଟିଥିବା ହିଂସାକାଣ୍ଡ ଘଟଣା ପାଇଁ ଟ୍ରମ୍ପ୍‌ଙ୍କୁ ଦାୟୀ କରି ‘ଫେସ୍‌ବୁକ୍‌’ ତାଙ୍କ ଆକାଉଣ୍ଟ୍‌ ବ୍ଲକ୍‌ କରିଥିଲା।

publive-image Image Courtesy of Zee News

କିନ୍ତୁ, ରାୟ ଶୁଣାଇ ବୋର୍ଡ କହିଛି ଯେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆକାଉଣ୍ଟ୍‌ ବ୍ଲକ୍‌ କରାଯିବା ନିଷ୍ପତ୍ତି ଠିକ୍‌ ନୁହେଁ। ତେଣୁ, ସମୁଚ୍ଚିତ ନିଷ୍ପତ୍ତି ଗ୍ରହଣ କରିବା ଲାଗି ବୋର୍ଡ କମ୍ପାନିକୁ ୬ ମାସ ସମୟ ଦେଇଥିଲା।

ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍ ବାତିଲ ବା ଅଚଳ ନିଷ୍ପତ୍ତି ଗତ ଜାନୁଆରି ୬ ତାରିଖରୁ ଲାଗୁ କରାଯାଇଥିବା କଥା ‌‘ଫେସ୍‌ବୁକ୍‌’ ବ୍ଲଗ୍‌ ପୋଷ୍ଟ୍‌ରେ କହିଛି। ପରିସ୍ଥିତି ଅନୁକୂଳ ହେଲେ ପୁଣି ତାଙ୍କ ଆକାଉଣ୍ଟ୍‌ ସକ୍ରିୟ ହେବ ବୋଲି ମଧ୍ୟ ‘ଫେସ୍‌ବୁକ୍‌’ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe