ଫେସବୁକ ବନ୍ଦ କରିବାକୁ ଯାଉଛି ଏହି ଲୋକପ୍ରିୟ ଆପ, ଭାରତରେ ଅଛନ୍ତି ଲକ୍ଷାଧିକ ବ୍ୟବହାରକାରୀ

Advertisment
ସବୁବେଳେ ମୁକ୍ତ ଓ ନିରପେକ୍ଷ ନୀତି ଗ୍ରହଣ କରିଆସିଛୁ : ଫେସବୁକ

facebook

ନୂଆଦିଲ୍ଲୀ: ଫେସବୁକର କିଛି ଆପ୍ ଅଛି ଯାହାକୁ କମ୍ପାନୀ କମ୍ ଇଣ୍ଟରନେଟ୍ ବେଗରେ ମଧ୍ୟ ବ୍ୟବହାର କରିବାକୁ ଲଞ୍ଚ କରିଛି | କମ ଇଣ୍ଟରନେଟ ଥିବା ଅଂଚଳରେ ଫେସବୁକକୁ ବ୍ୟବହାର କରିବାକୁ କମ୍ପାନୀ ଫେସବୁକ ଲାଇଟକୁ ଲଞ୍ଚ କରିଥିଲା | ଭାରତରେ ମଧ୍ୟ ଲକ୍ଷାଧିକ ଲୋକ ଫେସବୁକ ଲାଇଟକୁ ବ୍ୟବହାର କରନ୍ତି |

ତେବେ ବର୍ତ୍ତମାନ ଖବର ଆସିଛି ଯେ ଫେସବୁକ୍ ଲାଇଟକୁ କମ୍ପାନୀ ଖୁବଶୀଘ୍ର ବନ୍ଦ କରିବାକୁ ଯାଉଛି | ମ୍ୟାକମାଗାଜିନର ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କମ୍ପାନୀ ଏହି ଆପକୁ ଡିଆକ୍ଟିଭେଟ ବା ନିଷ୍କ୍ରିୟ କରିବା ଆରମ୍ଭ କରିଛି । ଏହି ଆପ୍ ମୁଖ୍ୟ ଫେସବୁକ୍ ଆପର ଏକ ସଂସ୍କରଣ ଥିଲା, ଯେଉଁଥିରେ ଫେସବୁକର ସମସ୍ତ ମୌଳିକ ବୈଶିଷ୍ଟ୍ୟ ପ୍ରଦାନ କରାଯାଇଥିଲା | ତଥାପି, କମ୍ପାନୀ ଯେତେ ଆଶା କରିଥିଲା ଏହି ଆପ୍ ସେତିକି ଲୋକପ୍ରିୟତା ପାଇପାରିନଥିଲା | ସେଥିପାଇଁ କମ୍ପାନୀ ଏହାକୁ ବନ୍ଦ କରିଦେଉଛି |

publive-image

ରିପୋର୍ଟ ଅନୁଯାୟୀ, ବ୍ରାଜିଲର ଉପଭୋକ୍ତାମାନଙ୍କୁ ଏହି ଆପରେ ଏକ ବିଜ୍ଞପ୍ତି ଦିଆଯାଇଥିଲା। ଏହି ବିଜ୍ଞପ୍ତିରେ କୁହାଯାଇଥିଲା ଯେ ''ଆଇଓଏସ୍ ପାଇଁ ଫେସବୁକ୍ ଲାଇଟ୍ ଆପ୍ ଅକ୍ଷମ ହୋଇଛି। ମୂଳ ଫେସବୁକ୍ ଆପ୍ ବ୍ୟବହାର କରି ତୁମେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମ୍ପର୍କରେ ରହିପାରିବ ' ଫେସବୁକ୍ ଲାଇଟ୍ ଆପ୍ ଆପଲ୍ ଆପ୍ ଷ୍ଟୋର୍‌ରେ ଆଉ ଦୃଶ୍ୟମାନ ହେଉନାହିଁ, କିନ୍ତୁ ଏହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି | ତେବେ ଭାରତରେ କମ୍ପାନୀ ଏହି ଆପକୁ ବନ୍ଦ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe