ଦିଲ୍ଲୀର ଜଳ ସମସ୍ୟା ଦୂର ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲେ ସରକାର

Advertisment
ଦିଲ୍ଲୀର ଜଳ ସମସ୍ୟା ଦୂର ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲେ ସରକାର

www.ndtv.com

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ଉତ୍ତାପ ହେତୁ ଜଳର ଘୋର୍‌ ଅଭାବ ଦେଖିବାକୁ ମିଳିଛି। ଜଳର ଘୋର ଅଭାବ ମଧ୍ୟରେ ହରିଆଣା, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରୁ ଅତିରିକ୍ତ ଜଳ ଯୋଗାଣ ପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଦିଲ୍ଲୀ ସରକାର ତାଙ୍କ ଆବେଦନରେ କହିଛନ୍ତି ଯେ ପ୍ରବଳ ଗରମ ମଧ୍ୟରେ ଜାତୀୟ ରାଜଧାନୀରେ ଜଳର ଘୋର୍‌ ଆବଶ୍ୟକତା ବୃଦ୍ଧି ପାଇଛି। ପ୍ରବଳ ଉତ୍ତାପରେ ଦିଲ୍ଲୀର ଜଳର ଆବଶ୍ୟକତା ବୃଦ୍ଧି ପାଇଥିବା ବେଳେ ଲୋକ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଦେଶ ରାଜଧାନୀର ଆବଶ୍ୟକତା ପୂରଣ କରିବା ସମସ୍ତଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି।

ଚାନକ୍ୟାପୁରୀର ସଞ୍ଜୟ କ୍ୟାମ୍ପ ଅଞ୍ଚଳ ବ୍ୟତୀତ ତୀବ୍ର ଜଳ ଅଭାବର ସମ୍ମୁଖୀନ ହେଉଥିବା ଅଞ୍ଚଳର ଲୋକଙ୍କ ମଧ୍ୟରେ ଗୀତା କଲୋନୀ  ସହିତ ଦିଲ୍ଲୀର ଅନେକ ଅଞ୍ଚଳ ରହିଛି। ସହରର ଲୋକ ଗରମକୁ ଜଳ ଅଭାବ ହେତୁ ଖୁବ୍ ହଇରାଣ ହରକତ ହେଉଛନ୍ତି।

ପ୍ରବଳ ଉତ୍ତାପରେ ଲୋକମାନେ ପାଣି ଟିକେ ପାଇଁ ଲମ୍ବା ଧାଡିରେ ଅପେକ୍ଷା କରି ରହୁଛନ୍ତି। ଅନ୍ତତ ପକ୍ଷେ ଗୋଟିଏ ବାଲ୍ଟି ପୂରଣ କରିବାକୁ ଆଶା ଧରି ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି। ଦିଲ୍ଲୀରେ ଜଳ ସଙ୍କଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଜାତୀୟ ରାଜଧାନୀରେ ସର୍ବାଧିକ ତାପମାତ୍ରା ୫୨ ଡିଗ୍ରୀ ସେଲସିୟସ ଉପରେ ରହିଛି।।
ପାଣିପାଗ କାର୍ଯ୍ୟାଳୟ କହିଛି ଯେ ଜାତୀୟ ରାଜଧାନୀରେ ଉତ୍ତାପ ତରଙ୍ଗ ଅବସ୍ଥା ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରହିବ। ଲୋକଙ୍କୁ ସେଥିପାଇଁ ପାନୀୟ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe