ମୋହନ ଭାଗବତ-ଫଡନବୀସ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ କଳ୍ପନାଜଳ୍ପନା

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଭୋଟ୍ ଦେବାର କିଛି ଘଣ୍ଟା ପରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଥିଲେ । ଅନେକ ଏହାକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସଂଘର ସମର୍ଥନ ହାସଲ ପାଇଁ ଉଦ୍ୟମ ଭାବେ ଦେଖୁଛନ୍ତି ।

mohan bhgvat

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବୁଧବାର (ନଭେମ୍ବର ୨୦, ୨୦୨୪) ମତଦାନ ହୋଇଥିଲା। ସେହିଦିନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଭୋଟ୍ ଦେବାର କିଛି ଘଣ୍ଟା ପରେ ନାଗପୁରର ମହଲ ଅଞ୍ଚଳରେ ଥିବା ଆରଏସଏସ ମୁଖ୍ୟାଳୟରେ ସରସଂଘ ଚାଳକ ମୋହନ ଭାଗବତଙ୍କୁ ଭେଟିଥିଲେ ବୋଲି ଏକ ଗଣମାଧ୍ୟମ ରିପୋର୍ଟ କରିଛି । ଅନେକ ଏହାକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସଂଘର ସମର୍ଥନ ହାସଲ ପାଇଁ ଉଦ୍ୟମ ଭାବେ ଦେଖୁଛନ୍ତି ।

ତେବେ ଏନେଇ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ‘ଭାଗବତଜୀ ସହରରେ ଥିବାରୁ ମୁଁ ତାଙ୍କୁ ଭେଟିବାକୁ ଯାଇଥିଲି। ଚୂଡ଼ାନ୍ତ ଫଳାଫଳକୁ ଅପେକ୍ଷା କରନ୍ତୁ। ମହାଯୁତି ବହୁମତ ପାଇବ ବୋଲି ଆମର ବିଶ୍ୱାସ ରହିଛି।‘

ଆରଏସଏସ ମୁଖ୍ୟଙ୍କ ସହ ଫଡନାଭିସଙ୍କ ପାଖାପାଖି ୧୫ ମିନିଟର ବୈଠକ ହୋଇଥିଲା । ଏହା ରାଜନୈତିକ ବିଶ୍ଳେଷକଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି କରିଛି । ଅନେକ ଏହାକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସଂଘର ସମର୍ଥନ ହାସଲ କରିବାର ପ୍ରୟାସ ଭାବରେ ଦେଖୁଛନ୍ତି । ରାଜନୈତିକ ବିଶ୍ଳେଷକଙ୍କ ଆକଳନ ଅନୁଯାୟୀ ବିଜେପି ମହାରାଷ୍ଟ୍ରରେ ନିଜର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି। ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଜେପି ସର୍ବାଧିକ ଆସନ ପାଇଥିଲେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତଷ୍ଟ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe